ବିଶ୍ୱାସମୁଖ୍ୟ ଖବର ହିନ୍ଦୁ ଦେବାଦେବୀଙ୍କ ଅତି ଶକ୍ତିଶାଳୀ ମନ୍ତ୍ର ହିନ୍ଦୁ ଦେବାଦେବୀଙ୍କ ଅତି ଶକ୍ତିଶାଳୀ ମନ୍ତ୍ର By odishanext Last updated Apr 21, 2018 0 713 Share ପ୍ରାଚୀନ କାଳରେ ମୁନି ଋଷିମାନେ ଅନେକ ସାର ଗର୍ଭକ ବସ୍ତୁ ଓ ମନ୍ତ୍ର ଭାରତୀୟ ସମାଜକୁ ଉପହାର ସ୍ୱରୂପ ଦେଇଛନ୍ତି । ଯୋଗ ଏବେ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ବେଳେ ବୈଜ୍ଞାନିକ ଗବେଷଣାରେ ଏହା ଶରୀର, ମନ ଓ ମସ୍ତିଷ୍କ ଉପରେ ସକରାତ୍ମକ ତଥା ଅତି ଭଲ ପ୍ରଭାବ ପକାଉଥିବା ପ୍ରମାଣିତ ହୋଇ ପାରିଛି । ସେହି ପରି ଆର୍ୟୁବେଦ ଆଉ ଏକ ଅନନ୍ୟ ଅବଦାନ । ଅନେକ ରୋଗ ଓ ରୋଗ ପ୍ରତିହତ କରିବାପାଇଁ ଶକ୍ତି ବିକଶିତ ହୋଇ ପାରୁଛି । ଅନ୍ୟ ଜିନିଷଟି ହେଲା ମନ୍ତ୍ର ଏହା ହେଉଛି ଧ୍ୱନୀ ତରଙ୍ଗ। ବିଭିନ୍ନ ମନ୍ତ୍ରର ବିଭିନ୍ନ ପ୍ରଭାବ ରହିଛି । ଭଲ କାମ ପାଇଁ ଏହାକୁ ବ୍ୟବହାର କରାଗଲେ ଏହା ଅତି ଭଲ ପ୍ରଭାବ ପକାଇବ । ବିଷ୍ଣୁଙ୍କର ମନ୍ତ୍ର- ବିଷ୍ଣୁଙ୍କୁ ସାରା ସୃଷ୍ଟିର ପାଳନ କର୍ତ୍ତା ବୋଲି କୁହାଯାଏ । ବିଷ୍ଣୁମନ୍ତ୍ର ପାଠକଲେ ସକରାତ୍ମକ ପ୍ରଭାବ ଅନୁଭବ କରିହେବ । “ଓଁ ନମଃ ଭଗବତେ ବାସୁଦେବାୟ” ଶିବଙ୍କର ମନ୍ତ୍ର- ଶିବ ହେଉଛନ୍ତି ସଂହାର କର୍ତ୍ତା । ତେବେ ଭକ୍ତଙ୍କୁ ସବୁବେଳେ ଉଦ୍ଧାର କରିଥାଆନ୍ତି । “ ଓଁ ନମଃ ଶିବାୟ” ଏହି ଶିବ ପଞ୍ଚାକ୍ଷରୀର ଚମତ୍କାରୀ ଶକ୍ତି ରହିଛି । ଦୁର୍ଗା ହେଉଛନ୍ତି ମାତୃ ଶକ୍ତିର ପ୍ରତୀକ- “ସର୍ବ ମଙ୍ଗଲ୍ୟୋ ମାଙ୍ଗଲ୍ୟେ ଶିବ ସର୍ବାଥ ସାଧିକେ ଶରଣ୍ୟ ତ୍ରମ୍ବେକେ ଦେବୀ ନାରାୟଣୀ ନମସ୍ତୁତେ” ହନୁମାନ- ସଦା ସର୍ବଦା ସମସ୍ତଙ୍କୁ ରକ୍ଷା କରି ଥାଆନ୍ତି -“ଓଁ ହଂ ହନୁମତେ ରୁଦ୍ରାତ୍ମକାୟ ହୁଂ ଫଟ୍ ସ୍ୱାହା” ଲକ୍ଷ୍ମୀଙ୍କ ମନ୍ତ୍ର- “ଓଁ ଶ୍ରୀଂ ହ୍ରୀଂ ଶ୍ରୀଂ କମଳେ କମଳାୟେ ପ୍ରସୀଦ୍ଧ ପ୍ରସିଦ୍ଧ ଶ୍ରୀଂ ହ୍ରୀଂ ଶ୍ରୀଂ ଓଁ ମହାଲକ୍ଷ୍ମୟେ ସ୍ୱାହା” ଗଣେଶଙ୍କ ମନ୍ତ୍ର- ଓଁ ଗଂ ଗଣପତୟେ ନମଃ ରାମଙ୍କର ମନ୍ତ୍ର –ଓଁ ଶ୍ରୀ ରାମାୟ ନମଃ କୃଷ୍ଣଙ୍କର ମନ୍ତ୍ର – ଓ କ୍ଲୀଂ କୃଷ୍ଣାୟ ନମଃ 0 713 Share