ନୂଆଦିଲ୍ଲୀ ୨୭।୦୨।୨୦୨୦ ଭାରତ ବାୟୁସେନା ଦ୍ୱାରା କରାଯାଇଥିବା ବାଲାକୋଟ ଆକ୍ରମଣର ଫେବ୍ରୁଆରୀ ୨୬ ତାରିଖରେ ପୁରିଛି ପ୍ରଥମ ବାର୍ଷିକ । ଗତବର୍ଷ ଫେବୃୟାରୀ ୨୬ ତାରିଖ ଭୋରୁ ପାକିସ୍ଥାନର ଖେବର ପାକତୁନଖୱା ଅଞ୍ଚଳରେ ବାଲାକୋଟର ଆତଙ୍କବାଦୀ ପ୍ରଶିକ୍ଷଣ ଶିବିରରେ ବିମାନ ଆକ୍ରମଣ ହୋଇଥିଲା ।
ଏହି ଆକ୍ରମଣରେ ବହୁ ସଂଖ୍ୟାରେ ଜୈସ ଇ ମହମ୍ମଦ ଆତଙ୍କବାଦୀ ପ୍ରଶିକ୍ଷକ, ବରିଷ୍ଠ କମାଣ୍ଡର ଏବଂ ଜିହାଦୀମାନେ ନିପାତ ହୋଇଥିଲେ । ସେହିଦିନ ରାଜସ୍ଥାନର ଚୁରୁଠାରେ ଏକ ଜନସମାବେଶକୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ସୁରକ୍ଷିତ ଅଛି ବୋଲି ପ୍ରତିଶ୍ରୁତି ଦେଇଥିଲେ ।