ବିଦ୍ୟୁତ୍‍ ଆଘାତ ଯୋଗୁଁ ଜୀବନହାନି ଘଟିଲେ ପୂର୍ବ ତୁଳନାରେ ଅଧିକ କ୍ଷତିପୂରଣ ମିଳିବ

0 946

ଭୁବନେଶ୍ୱର — ବିଦ୍ୟୁତ୍‍ ଆଘାତ ଯୋଗୁଁ ଜୀବନହାନି ଘଟିଲେ ପୂର୍ବ ତୁଳନାରେ ଅଧିକ କ୍ଷତିପୂରଣ ମିଳିବ ବୋଲି ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ସୂଚନା ଦେଇଛନ୍ତି । ବିଦ୍ୟୁତ୍‍ ତାର ଲାଗି କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲେ ତାଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବ ।

ସେହିପରି ଶରୀରର ୬୦ ପ୍ରତିଶତ କ୍ଷତି ହେଲେ ୨ ଲକ୍ଷ ଟଙ୍କା, ୪୦ ପ୍ରତିଶତରୁ ୬୦ ପ୍ରତିଶତ ମଧ୍ୟରେ କ୍ଷତି ହେଲେ ୫୯ ହଜାର ୫୦୦ ଟଙ୍କା ମିଳିବ । ପୀଡ଼ିତ ୭ ଦିନରୁ ଅଧିକ ସମୟ ମେଡିକାଲ୍‍ରେ ରହି ଚିକିତ୍ସିତ
ହେଲେ ୧୨ ହଜାର ଟଙ୍କା ସହାୟତା ଦିଆଯିବ । ଯଦି ବିଦ୍ୟୁତ ତାର ଲାଗି ଗାଈ, ମଇଁଷିଙ୍କ ମୃତ୍ୟୁ ଘଟେ, ତେବେ ୩୦ ହଜାର ଟଙ୍କା ଓ ଛେଳି, ମେଣ୍ଢା, ଘୁଷୁରୀ ମଲେ ୩ ହଜାର ଏବଂ କୁକୁଡ଼ା ଫାର୍ମ ନଷ୍ଟ ହେଲେ ୫ ହଜାର ଟଙ୍କା କ୍ଷତିପୂରଣ ଦିଆଯିବ । ରାଜ୍ୟ ସରକାର ଏନେଇ ବିଦ୍ୟୁତ୍‍ ନିୟାମକ ଆୟୋଗଙ୍କୁ ସୁପାରିସ କରିଥିବା ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଛନ୍ତି ।

Leave A Reply