ଟାଟା ମ୍ୟାନେଜ୍‌ମେଣ୍ଟକୁ NCALTର ଝଟକା , ସାଇରସ୍‌ମିସ୍ତ୍ରୀ ପୁଣି ହେବେ ଟାଟା ଗ୍ରୁପର ଚେୟାରମ୍ୟାନ

0 3,954

ନୂଆଦିଲ୍ଲୀ — ୨୦୧୬ ମସିହାରେ ସାଇରସ୍‌ ମିସ୍ତ୍ରୀଙ୍କୁ ଟାଟାର ଚେୟାରମ୍ୟାନ ପଦର ହଟାଇ ଦିଆଯାଇଥିଲା । ରତନ ଟାଟା ଓ ସାଇରସ୍‌ ମିସ୍ତ୍ରୀଙ୍କ ମଧ୍ୟରେ ବିବାଦ ଦେଖାଦେବାରୁ ତାଙ୍କୁ ପଦରୁ ହଟାଇ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ସାଇରସ୍‌ ମିସ୍ତ୍ରୀ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ବୋର୍ଡ ଅଭିଯୋଗ କରିଥିଲା । ଏହାପରେ ସାଇରସ୍‌ ମିସ୍ତ୍ରୀ NCALT ବା ନ୍ୟାସଲାନ୍‌ କମ୍ପାନୀ ଲ ଅପିଲେଟ୍‌ ଟ୍ରିବୁନାଲ୍‌ଙ୍କ ଦ୍ୱାରସ୍ଥ ହୋଇଥିଲେ ।

ସାଇରସ୍‌ଙ୍କୁ ପଦରୁ ହଟାଇବା ବେଆଇନ ବୋଲି କମ୍ପାନୀ କହିଛି । ତାଙ୍କୁ ପୁଣିଥରେ ଅଧ୍ୟକ୍ଷ ପଦରେ ଅବସ୍ଥାପିତ କରିବା ପାଇଁ ଟ୍ରିବୁନାଲ ପକ୍ଷରୁ ନିର୍ଦେଶ ଦିଆଯାଇଛି । ହେଲେ NCALT ବା ନ୍ୟାସଲାନ୍‌ କମ୍ପାନୀ ଲ ଅପିଲେଟ୍‌ ଟ୍ରିବୁନାଲ୍‌ଙ୍କ ଆଦେଶ ବିରୋଧରେ ସୁପ୍ରିମକୋର୍ଟ ଯାଇ ପାରିବେ ।

NCALT ବା ନ୍ୟାସଲାନ୍‌ କମ୍ପାନୀ ଲ ଅପିଲେଟ୍‌ ଟ୍ରିବୁନାଲ୍‌ ଏନ୍‌ ଚନ୍ଦ୍ର ଶେଖରନ୍‌ଙ୍କୁ ଅଧ୍ୟକ୍ଷ ନିଯୁକ୍ତି କରିବା ବେଆଇନ ଦର୍ଶାଇଛନ୍ତି । ସାଇରସ୍ ମିସ୍ତ୍ରୀଙ୍କୁ ପୁଣିଥରେ ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରିବା ପାଇଁ ଅନୁରୋଧ କରିଛନ୍ତି ।

ଏହା ସାଇରସ୍ ମିସ୍ତ୍ରୀଙ୍କ ପାଇଁ ବଡ ବିଜୟ । ତିନି ବର୍ଷ ପରେ ସେ ପୁଣି ଟାଟା ସନସ୍‌ର ଅଧ୍ୟକ୍ଷ ହୋଇ ପାରନ୍ତି ।

ଏହା ପୂର୍ବରୁ NCALT ବା ନ୍ୟାସଲାନ୍‌ କମ୍ପାନୀ ଲ ଅପିଲେଟ୍‌ ଟ୍ରିବୁନାଲ୍‌ ସାଇରସ୍‌ ମିସ୍ତ୍ରୀଙ୍କୁ ହଟାଇବାପାଇଁ ଦାୟର କରାଯାଇଥିବା ଆବେଦନକୁ ଖାରିଜ କରି ଦେଇଥିଲେ ।

ଏହାପରେ ସାଇରସ୍‌ ମସ୍ତ୍ରୀ NCALT ବା ନ୍ୟାସଲାନ୍‌ କମ୍ପାନୀ ଲ ଅପିଲେଟ୍‌ ଟ୍ରିବୁନାଲ୍‌ରେ ଆବେଦନ କରିଥିଲେ । ରତନ ଟାଟାଙ୍କ ଅବସରରେ ଘୋଷଣାପରେ ୨୦୧୨ରେ ସାଇରସ୍‌ ମସ୍ତ୍ରୀ ଟାଟା ଗ୍ରୁପ୍‌ର ଅଧ୍ୟକ୍ଷ ପଦରେ ଅଧିଷ୍ଠିତ ହୋଇଥିଲେ ।

ମାତ୍ର ଅକ୍ଟୋବର ୨୪, ୨୦୧୬ ମସିହାରେ ସାଇରସ୍‌ଙ୍କୁ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଥିଲା ।

Leave A Reply