ଦୀପାବଳି କିପରି କରିବେ ମା ’ଲକ୍ଷ୍ମୀଙ୍କୁ ପ୍ରସନ୍ନ
ଦୀପାବଳି ରାତିରେ ମା’ଲକ୍ଷ୍ମୀ ଗୃହମାନଙ୍କରେ ବିଚରଣ କରିଥାଆନ୍ତି ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଘର ସ୍ୱଚ୍ଛ ଥିଲେ ମା’ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି। ଗୃହ ଭିତରକୁ ପ୍ରବେଶ କରିଥାଆନ୍ତି। କିଛି ସହଜ ଉପାୟ ଓ ବିଧି ମାଧ୍ୟମରେ ଆମେ ମା’ଙ୍କ ପୂଜାର୍ଚ୍ଚନା କରି ସୁଖସମୃଦ୍ଧି ଓ କୃପା ଲାଭ କରିପାରିବା।
ଦୀପାବଳି ଦିନ ଘରକୁ ନୂଆ ଝାଡ଼ୁରେ ସଫା କରିବା ଉଚିତ।
ଗୃହରେ ପିଠାପଣା, ମିଠା ଦ୍ରବ୍ୟ ପ୍ରସ୍ତୁତ କରି ମା’ଙ୍କ ନିକଟରେ ଭୋଗ କରନ୍ତୁ।
ନୂତନ ବସ୍ତ୍ର ପରିଧାନ କରି ଗୁରୁଜନମାନଙ୍କ ଆଶୀର୍ବାଦ ନେବା ଉଚିତ।
ଗୃହର ମୁଖ୍ୟ ଦ୍ୱାରକୁ ଫୁଲ ଓ ଆମ୍ବପତ୍ରରେ ସଜାଇବା ଖୁବ ଉତ୍ତମ ଅଟେ।
ମୁଖ୍ୟ ଦ୍ୱାରରେ ମା’ଲକ୍ଷ୍ମୀଙ୍କ ପାଦ ଚିହ୍ନ ବନାନ୍ତୁ।
ଘରର କାନ୍ଥରେ ସ୍ୱସ୍ତିକ୍ ଚିହ୍ନ, ଶୁଭଲାଭ (ଲେଖିବା) ଆଦି କରିବା ଅତ୍ୟନ୍ତ ଶୁଭ ହୋଇଥାଏ।
ଘରର ସମସ୍ତ ସ୍ଥାନ ତଥା ଘରର ଦ୍ୱାର, ବାଲକୋନି, ଛାତ ଆଦି ସ୍ଥାନମାନଙ୍କରେ ଦୀପ ଲଗାନ୍ତୁ।