ରାଜ୍ୟର କେତକ ସ୍ଥାନରେ ବନ୍ୟା ପରିସ୍ଥିତି

0 1,015

ମାଲକାନଗିରି, କନ୍ଧମାଳ, କଳାହାଣ୍ଡି, ରାୟଗଡା, କୋରାପୁଟ, ଗଜପତି —- ଦୁଇଦିନ ଧରି ରାଜ୍ୟରେ ଲଗାଣ ବର୍ଷା ଲାଗି ରହିବା ଫଳରେ କେତେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମାଲକାନଗିରି, କନ୍ଧମାଳ, କଳାହାଣ୍ଡି, ରାୟଗଡା, କୋରାପୁଟ, ଗଜପତି ପ୍ରଭୃତି କେତେକ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଛି । ରାୟଗଡା ଜିଲ୍ଲାରେ ଅମ୍ବାଦଳା ରେଳଲାଇନ ଉପରେ ବନ୍ୟାଜଳ ପ୍ରବାହିତ ହୋଇ ଟ୍ରାକ୍‍
ଧୋଇଯିବା ଯୋଗୁଁ ଗୋଟିଏ ମାଲବାହୀ ଟ୍ରେନର ତିନୋଟି ବଗି ଲାଇନଚ୍ୟୁତ ହୋଇଛି । ଏଥିଯୋଗୁଁ ରାୟଗଡା-ଟିଟିଲାଗଡ ମଧ୍ୟରେ ଟ୍ରେନସେବା ବାଧାପ୍ରାପ୍ତ ହୋଇଛି । ଏହା ଯୋଗୁଁ ୬ଟି ପାସେଞ୍ଜର ଟ୍ରେନ ଓ ଦୁଇଟି ଏକ୍ସପ୍ରେସ ଟ୍ରେନ ବାତିଲ କରାଯାଇଥିବାବେଳେ ୫ଟି ଏକ୍ସପ୍ରେସ ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି। ଧୋଇ ଯାଇଥିବା ଟ୍ରାକ ମରାମତି ପାଇଁ ରେଳବାଇ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଆରମ୍ଭ ହୋଇଛି । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର କଟାକୁରା ଗ୍ରାମର ଦୁଇଭାଇ ତୁଜେର ନଦୀରେ ଭାସିଯାଇଥିବା ଖବର ମିଳିଛି । ସେହିପରି ମୁନିଗୁଡା ଥାନା ନିକଟରେ ଥିବା ଏକ ବିଦ୍ୟୁତ ଟ୍ରାନ୍ସଫରର୍ମର ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ ହୋଇଛି । ଜିଲ୍ଲାର ବିଷମ କଟକ ବ୍ଲକର କୁର୍ଲି ପଞ୍ଚାୟତ ବାହ୍ୟଜଗତରୁ
ବିଚ୍ଛିନ୍ନ ହୋଇଛି ।

Leave A Reply