ଭୁବନେଶ୍ୱର . – ଆଇପିଏସ୍ ବିଜୟ କୁମାର ଶର୍ମାଙ୍କୁ ଭାରପ୍ରାପ୍ତ ପୁଲିସ ମହାନିର୍ଦ୍ଦେଶକ ଦାୟିତ୍ୱ ପ୍ରଦାନ କରାଯାଇଛି । ପୂର୍ବରୁ ଏହି ପଦବୀରେ ଥିବା ରାଜେନ୍ଦ୍ର ପ୍ରସାଦ ଶର୍ମା ନୂଆ ଲୋକାୟୁକ୍ତ ସଦସ୍ୟଭାବେ ନିଯୁକ୍ତି ପାଇବା ପରେ ଭାରପ୍ରାପ୍ତ ଅଧିକାରୀଭାବେ ବିଜୟ କୁମାର ଶର୍ମା ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି ।
ବିଜୟ ଶର୍ମା ବର୍ତ୍ତମାନ ଅଗ୍ନିଶମ ବିଭାଗର ଡିଜି ଅଛନ୍ତି । ଗତକାଲି ଆର.ପି. ଶର୍ମାଙ୍କୁ ଲୋକାୟୁକ୍ତ ସଦସ୍ୟ ଦାୟି୍ତ୍ୱ ପ୍ରଦାନ କରାଯାଇଛି । ତେବେ ଆର୍ପି ଶର୍ମା ସ୍ୱେଚ୍ଛାକୃତଭାବେ ଅବସର ନେବାକୁ ରାଜ୍ୟ ସରକାରଙ୍କ ନିକଟରେ ଆବେଦନ କରିଛନ୍ତି ।