ସୁନାବେଶ ପରେ ରଥ ଉପରେ କେଉଁଦିନ ହେବ ଆଉ କି ନୀତି ଜାଣନ୍ତୁ

0 6,714

ଶନିବାର ରଥ ଉପରେ ଶ୍ରୀଜୀଉମାନଙ୍କର ସୁନାବେଶ ଅନୁଷ୍ଠିତ ହେବ ।
ଆସନ୍ତା ୧୪ତାରିଖ ରବିବାରରେ ଅଧରପଣା ନୀତି,
ସୋମବାର ୧୫ ତାରିଖରେ ନୀଳଦ୍ରି ବିଜେ ନୀତି ଅନୁଷ୍ଠିତ ହେବ।

ବର୍ଷରେ ୪ଥର ଶ୍ରୀମନ୍ଦିର ରତ୍ନ ସିଂହାସନରେ ମହାପ୍ରଭୁଙ୍କର ସୁନାବେଶ ବା ରାଜା ରାଜେଶ୍ୱର ବେଶ ଅନୁଷ୍ଠିତ ହୁଏ ।
ବାହୁଡ଼ା ପରଦିନ ଏକାଦଶୀ ତିଥିରେ ଏହି ସୁନାବେଶରେ ରଥ ଉପରେ ଅନୁଷ୍ଠିତ ହୋଇଥାଏ । ରଥ ସହ ଆସିଥିବା ଅଶରୀର ଚଣ୍ଡୀ ଚାମୁଣ୍ଡାଙ୍କ ଉଦେଶ୍ୟରେ ଅଧରପଣା ନୀତି ଅନୁଷ୍ଠିତ ହେବା ପରେ ପଣା ହାଣ୍ଡିକୁ ଭାଙ୍ଗି ଦିଆଯାଇଥାଏ । ପରଦିନ ରସଗୋଲା ଭୋଗ ସହ ନୀଳାଦ୍ରୀ ବିଜେ ଅନୁଷ୍ଠିତ ହୁଏ । ବଳଭଦ୍ର ଓ ସୁଭଦ୍ରାଙ୍କୁ ଶ୍ରୀମନ୍ଦିର ମଧ୍ୟକୁ ଛାଡିବା ପରେ ମା ଲକ୍ଷ୍ମୀ ଜଗନ୍ନାଥଙ୍କ ପାଇଁ ସିଂହଦ୍ୱାର ବନ୍ଦ କରନ୍ତି । ଏହାପରେ ବଚନିକା ହୁଏ । ଜଗନ୍ନାଥ ଲକ୍ଷ୍ମୀଙ୍କୁ ଶାଢୀ ଓ ରସଗୋଲା ଦେଇ ମନାଇବା ପରେ ସିଂହଦ୍ୱାରକୁ ମା ଲକ୍ଷ୍ମୀ ସାଆନ୍ତାଣୀ ଖୋଲି ଥାଆନ୍ତି । ୧୬ ତାରିଖରେ ଶ୍ରୀମନ୍ଦିରରେ ଅଭଡା ବାହାରିବ ।

Leave A Reply