ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ

0 734

ରାୟପୁର: ପୁଲିସ ଏନକାଉଣ୍ଟରରେ ମଙ୍ଗଳବାର ଛତିଶଗଡ଼ର ସକୁମା ଜିଲ୍ଲାରେ ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଥିବା ଜଣାପଡ଼ିଛି । ଜିଲ୍ଲା ସଂରକ୍ଷିତ ଗାର୍ଡର ସହଯୋଗରେ କୋବ୍ରା ବାଟାଲିଅନର ଯବାନମାନେ ସର୍ଚ୍ଚ ଅପରେଶନ ସମୟରେ ଦୋବାକଣ୍ଟା ଜଙ୍ଗଲରେ ନକ୍ସଳକୁ ନିପାଲ କରିଛନ୍ତି । ଯବାନମାନେ ଘଟଣାସ୍ଥଳରୁ ଏକ ଇନସାସ ରାଇଫଲ ଜବତ କରିଛନ୍ତି । ନକ୍ସଲ ଗତିବିଧି ଉପରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଯବାନମାନେ ସର୍ଚ୍ଚ ଅପରେଶନ କରିଥିଲେ । ଯବାନଙ୍କୁ ଦେଖିବା ମାତ୍ରେ ନକ୍ସଲମାନେ ଗୁଳି କରିଥିଲେ କିନ୍ତୁ ସେମାନେ ବିଫଳ ହୋଇଥିଲେ । ଏନକାଉଣ୍ଟର ସମୟରେ ଜଣେ ନକ୍ସଲ ନିହତ ହୋଇଥିବା ବେଳେ ଅନ୍ୟମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

Leave A Reply