ନୂଆଦିଲ୍ଲୀ:ପ୍ରିମିୟମ୍ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଟ୍ରାନ୍ସିସନ୍ ଇଣ୍ଡିଆର ବ୍ରାଣ୍ଡ୍ ଟେକ୍ନୋ ପକ୍ଷରୁ ଭାରତର ଅନ୍ୟତମ ଅଗ୍ରଣୀ ଟେଲି ଯୋଗାଯୋଗ ସେବା ପ୍ରଦାନକାରୀ କମ୍ପାନୀ ଭୋଡାଫୋନ୍ ସହିତ ଚୁକ୍ତି ସ୍ୱାକ୍ଷର ହୋଇଛି। ଏହା ଦ୍ୱାରା ଟୋକ୍ନୋର କ୍ୟାମନ୍-ଆଇ ସିରିଜ୍ ୪-ଜି ହ୍ୟାଣ୍ଡ୍ସେଟ୍ ଉପରେ ୨୨୦୦ଟଙ୍କାର କ୍ୟାସ୍ ବ୍ୟାକ୍ ଅଫର ଉପଲବ୍ଧ ହେଉଛି। ଏହା ସହିତ ଗ୍ରାହକ ୩ ମାସ ପର୍ଯ୍ୟନ୍ତ ଭୋଡାଫୋନ୍ର ଅସିମୀତ ସୁବିଧା ସୁଯୋଗ ଉପଲବ୍ଧ କରିପାରିବେ। ଏହି ଅଫର ମାଧ୍ୟମରେ ଗ୍ରାହକ ନିଜ ପସନ୍ଦର ଭିଡିଓ କଂଟେଟ୍ର ଆନନ୍ଦ ନେଇପାରିବେ। ଏହି ଅଫର ୨୦୧୮ ମାର୍ଚ୍ଚ…ତାରିଖରୁ ଜୁନ୍…ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହେବ।
ଭୋଡାଫୋନ୍ର ସାମ୍ପ୍ରତିକ ତଥା ନୂଅ୍ରା ପ୍ରିପେଡ୍ ଗ୍ରାହକ ମାସିକ ୧୫୦ଟଙ୍କାର ରିଚାର୍ଜ କରି ଏହି ସମସ୍ତ ସୁବିଧା ସୁଯୋଗ ହାସଲ କରିବା ସହିତ ୧୮ ମାସ ମଧ୍ୟରେ ୯୦୦ଟଙ୍କାର କ୍ୟାସ୍ ବ୍ୟାକ୍ ସୁବିଧା ହାସଲ କରିପାରିବେ। ଏହା ସହିତ ଅତିରିକ୍ତଭାବେ ଗ୍ରାହକ ପରବର୍ତୀ ୧୮ମାସ ପର୍ଯ୍ୟନ୍ତ ମାସିକ ୧୫୦ଟଙ୍କାର ରିଚାର୍ଜ କରି ୧,୩୦୦ଟଙ୍କାର କ୍ୟାସ୍ବ୍ୟାକ୍ ସୁବିଧା ଉପଲବ୍ଧ କରିପାରିବେ। ଫଳରେ ମୋଟ୍ ୨୨,୦୦ଟଙ୍କାର କ୍ୟାସ୍ବ୍ୟାକ୍ ସୁବିଧା ହାସଲ କରିପାରିବେ। ଏହା ସହିତ ୩ ମାସ ପର୍ଯ୍ୟନ୍ତ ଗ୍ରାହକ ୧୦,୦୦୦ରୁ ଅଧିକ ମୁଭି, ୩୦୦ ଲାଇଭ୍ ଟିଭି ଚ୍ୟାନେଲ୍, ୫୦ରୁ ଅଧିକ ଅନ୍ତର୍ଜାତୀୟ ପ୍ରିମିୟମ୍ ଟିଭି ଶୋ’, ୧୬ ଓରିଜିନାଲ୍ ମୋବାଇଲ୍ ୱେବ୍ ସିରିଜ୍ ଏବଂ ଅସଂଖ୍ୟା ଶର୍ଟ ଭିଡ଼ିଓର ଆନନ୍ଦ ନେଇପାରିବେ।
କ୍ୟାମନ୍-ଆଇ ସିରିଜ୍ ସ୍ମାର୍ଟଫୋନ୍ର ମୂଲ୍ୟ ୮,୯୯୦ଟଙ୍କା ଥିବାବେଳେ ଏଥିରେ ୧୩ ଏମ୍ପି ସମ୍ମୁଖ କ୍ୟାମେରା, ଡୁଆଲ୍ ଫ୍ଲାଶ୍, ୧୩ ଏମ୍ପି ପଛ କ୍ୟାମେରା, କ୍ୱାଡା ଏଲ୍ଇଡି ଫ୍ଲାଶ୍, ୫.୬୫ ଇଂଚ ସ୍କ୍ରିନ୍, ୧୮.୯ ଫୁଲ୍ ଭିୟୁ ଆଇପିଏସ୍ ଏଚଡି ପ୍ଲସ୍ ଡିସ୍ପ୍ଲେ ଆଦି ବୈଶିଷ୍ଟ୍ୟ ରହିଛି।
ଏହି ଅବସରରେ ଟ୍ରାନ୍ସିସନ୍ ଇଣ୍ଡିଆର ବରିଷ୍ଠ ବିପଣନ ଉପସଭାପତି ଶ୍ରୀ ଗେଯରବ ଟିକୋ କହିଲେ, “ ବିଶ୍ୱସ୍ତରୀୟ କ୍ୟାମନ୍ ସିରିଜ୍ ଭାରତରେ ବଜାର ପ୍ରବେଶ କରାଇ ୨୦୧୮ରେ ଆମେ ଏକ ସକରାତ୍ମକ କାର୍ଯ୍ୟ ଆରମ୍ଭ କରିଛୁ। ଟୋକ୍ନୋ ଗ୍ରାହକଙ୍କୁ ଏକ ନୂତନ ଅଭିଜ୍ଞତା ପ୍ରଦାନ ପାଇଁ ପ୍ରତିଶ୍ରୁତିବଦ୍ଧ। ଭୋଡାଫୋନ୍ ସହିତ ଆମର ମିଳିତ ହେବା ବେଶ୍ ସଫଳ ରହିବ।”
ଭୋଡାଫୋନ୍ର ଏହି କ୍ୟାସ୍ବ୍ୟାକ୍ ସୁବିଧା ଟେକ୍ନୋର ଆଇ- ସିରିଜ୍ ହ୍ୟାଣ୍ଡ୍ସେଟ୍ ମଧ୍ୟରେ ଆଇ-୩, ଆଇ-୩ ପ୍ରୋ, ଆଇ-୫, ଆଇ-୫ ପ୍ରୋ ଏବଂ ଆଇ-୭ ଆଦି ୫ଟି ସ୍ମାର୍ଟଫୋନ୍ରେ ଉପଲବ୍ଧ ହେବ। ଏଗୁଡିକର ମୂଲ୍ୟ ୬,୯୯୦ ଟଙ୍କାରୁ ୧୪,୯୯୦ ଟଙ୍କା ମଧ୍ୟରେ ରହିଛି। ଏସବୁ ଚ୍ୟାମ୍ପେନ୍ ଗୋଲ୍ଡ, ସ୍କାଏ ବ୍ଳାକ୍, ସ୍ପେସ୍ ଗ୍ରେ ଆଦି ରଙ୍ଗରେ ଉପଲବ୍ଧ ହେଉଛି।
ସୂଚନାଯୋଗ୍ୟ, ଟେକ୍ନୋ ମୋବାଇଲ୍ ଟ୍ରାନ୍ସସିଅନ୍ ହୋଲଡିଂର ଅଂଶବିଶେଷ। ଏହା ୨୦୦୬ରେ ସ୍ଥାପିତ ହୋଇଥିଲା। ଏହାର ଘରୋଇ ତଥା ଅନ୍ତର୍ଜାତୀୟ ସ୍ତରରେ ସଫଳତା ସହିତ କାରବାର ଜାରି ରଖିଛି। ଏହା ବିଶ୍ୱର ୪୦ରୁ ଅଧିକ ଦେଶରେ କାରବାର ଜାରି ରଖିଛି। ଏହାର ବର୍ଷ ପିଛା ୧୨୦ ନିୟୁତ ସ୍ମାର୍ଟଫୋନ୍ ନିର୍ମାଣ କରିଥାଏ। ଆଫ୍ରିକାର ଶ୍ରେଷ୍ଠ ୩ଟି ମୋବାଇଲ୍ ମଧ୍ୟରେ ଏହା ନିଜର ସ୍ଥାନ ହାସଲ କରିପାରିଛି। ସେହିପରି ଭୋଡାଫୋନ୍ ଟେଲିଯୋଗାଯୋଗ କ୍ଷେତ୍ରରେ ସଫଳ ରହିଥିବାବେଳେ ଭାରତରେ ଏହାର ଗ୍ରାହକ ସଂଖ୍ୟା ୨୧୦ ନିୟୁତ ରହିଛି। ସେଥିମଧ୍ୟରୁ ୧୧୪ ନିୟୁତ ଗ୍ରାମୀଣ ଅଂଚଳରେ ରହିଛନ୍ତି। ଏହି କମ୍ପାନୀ ୨୦୦୭ରେ ଆରମ୍ଭ ହୋଇଥିବାବେଳେ ୨-ଜି, ୩-ଜି ଏବଂ ୪-ଜି ସେବା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିପାରିଛି। ୨୬ ଦେଶରେ ଏହା ସେବା ଜାରି ରଖିଥିବାବେଳେ ୪୯ଟି ଦେଶରେ ଅଂଶୀଦାରଙ୍କ ସହିତ ସେବା ଉପଲବ୍ଧ କରାଉଛି। ୧୯ଟି ଦେଶରେ ଏହା ବ୍ରଡ୍ବ୍ୟାଣ୍ଡ୍ ସେବା ଜାରି ରଖିଛି। ୨୦୧୭ ଡିସେମ୍ବର ୩୧ ସୁଦ୍ଧା ଏହାର ମୋବାଇଲ୍ ଗ୍ରାହକ ସଂଖ୍ୟା ୫୨୯.୧ ନିୟୁତ ଥିବାବେଳେ ବ୍ରଡବ୍ୟାଣ୍ଡ୍ ଗ୍ରାହକ ସଂଖ୍ୟା ୧୯.୩ ନିୟୁତ ରହିଛି।