ନୂଆଦିଲ୍ଲୀ . – ପାଣିପାଗ ସମ୍ପର୍କରେ ଗବେଷଣା କରୁଥିବା ଓଡିଆ ବୈଜ୍ଞାନିକ ମୃତ୍ୟୁଞ୍ଜୟ ମହାପାତ୍ର ଆଇଏମ୍ଡିର ମହାନିର୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି । ପର୍ସନାଲ ମନ୍ତ୍ରଳାୟ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଫୋନି ସହ ବିଭିନ୍ନ ପାଣିପାଗ ବିଭାଗୀୟ ସୂଚନା ସେ ବେଶ୍ ସଠିକ୍ ଭାବେ ଦେଇଥିଲେ । ଅଗଷ୍ଟ ଏକତାରିଖରୁ ସେ ଏହି ପଦଭାର ସମ୍ଭାଳିବେ । ଆସନ୍ତା ୫ ବର୍ଷ ପାଇଁ ସେ ଏହି ପଦରେ ରହିବେ ।