ଉତ୍ତରପ୍ରଦେଶ: ବିଷାକ୍ତ ମଦ ପିଇ ଗୋଟିଏ ପରିବାରର ୪ ସମେତ ୭ ମୃତ

0 376

ବାରବାଂକୀ: ଉତ୍ତର ପ୍ରଦେଶରେ ପୁଣି ଥରେ ବିଷାକ୍ତ ମଦ ପିଇ ମୃତ୍ୟୁ ମୁଖରେ ପଡ଼ିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି । ବାରବାଂକୀ ଜିଲ୍ଲାର ରାମନଗର ଥାନା ଅଂଚଳରେ ରାନୀଗଂଜ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ବିଷାକ୍ତ ମଦ ପିଇ ଗୋଟିଏ ପରିବାରରୁ କେବଳ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମୋଟ ୭ ଜଣ ପ୍ରାଣ ହରାଇଛନ୍ତି । ଏଥି ସହିତ ଅନ୍ୟ କିଛି ଲୋକଙ୍କୁ ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ରିପୋର୍ଟ ଅନୁସାରେ ସଂପର୍କୀୟ ମାନେ ରାନୀଗଂଜ ଦେଶ ମଦଭାଟିରୁ ମଦ ନେଇ ପିଇଥିଲେ । ଏହା ପରେ ସ୍ୱାସ୍ଥ୍ୟ ବିଗିଡିବାରେ ଲାଗିଥିଲା । ସମସ୍ତଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ୭ ଜଣଙ୍କର ମୃତ୍ୟୁ ଘଟିଛି ।

Leave A Reply