ଭୁବନେଶ୍ୱର- ଫନୀ ପ୍ରଳୟଙ୍କରୀ ବାତ୍ୟାର କ୍ଷୟକ୍ଷତି ଅତୁଳନୀୟ, ଏସବୁକୁ ଆଉଥରେ ଭରଣା କରିବା ଯେଉଁ ଭଳି ପୂର୍ବବତ ସବୁଜସୁନ୍ଦର ଭୁବନେଶ୍ୱର, ପୁରୀ, କଟକ ବିଶେଷକରି ବାଲୁଖଣ୍ଡ ଅଭୟାରଣ୍ୟ ପୂର୍ବ ଅବସ୍ଥାକୁ ଆଣିବାକୁ ଆଉ ୨୦ ବର୍ଷ ଲାଗିଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଛନ୍ତି । ଏକ ଉଚ୍ଚ ସ୍ତରୀୟ ବୈଠକ ରେ ସମୀକ୍ଷା କରି ମନ୍ତ୍ରୀ ରାଉତରାୟ କହିଛନ୍ତି ଫ ନୀର କ୍ଷୟକ୍ଷତି ଭରଣା ପାଇଁ ସମସ୍ତଙ୍କର ଚେଷ୍ଟା ରହିବ, ସରକାରଙ୍କର ମଧ୍ୟ ସବୁମତେ ପ୍ରୟାସ ଜାରୀ ରହିବ । କ୍ଷୟକ୍ଷତି ପାଇଁ ଆର୍ଥିକ ଅନୁଦାନ ମଗାଯାଇଛି । କିନ୍ତୁ ଅନୁଦାନ ଅପେକ୍ଷା ସବୁଜସୁନ୍ଦର ଅବସ୍ଥା ଫେରାଇଆଣିବା ଓ ପୁନଃଋଦ୍ଧାର କାର୍ଯ୍ୟ କରିବା ବେଶୀ ଗୁରୁତ୍ୱପୂନ୍ନ ବୋଲି ମନ୍ତ୍ରୀ କହିଛନ୍ତି । ସମସ୍ୟା ହେଉଛି ଯେଉଁ ବଡ଼ ଗଛଗୁଡ଼ିକ ଉପୁଡ଼ିପଡ଼ିଛି ତାକୁ ସିଧା କରିବା ପାଇଁ ମୂଳରେ ମାଟି ଦିଆଯିବା, ମୂଳ କଟାଯିବା, ପାଣି ଦିଆଯିବା ଇତ୍ୟାଦି । ବେସରକାରୀ ଅଞ୍ଚଳମାନଙ୍କରେ ଯେଉଁ ଗଛଗୁଡ଼ିକ ଉପୁଡ଼ିଯାଇଛି ସେଗୁଡ଼ିକର ପୁନଃଋଦ୍ଧାର ପାଇଁ ମଧ୍ୟ ଚେଷ୍ଟା କରାଯିବ । ସେଗୁଡ଼ିକ ପ୍ରଦୂଷଣ ରୋକିବାରେ ସାହାଯ୍ୟ କରୁଥିଲା । ବିଗତ ଅନୁଭୂତିକୁ ନେଇ ଆଗାମୀ ଦିନରେ ବନୀକରଣ କାର୍ଯ୍ୟ ପ୍ରସ୍ତୁତ କରାଯିବ । ପୂର୍ବରୁ ଲଗାଯାଉଥିବା ଅତ୍ୟନ୍ତ ନରମ ମୂଳ ଥିବା ଗଛ ଖୁବ୍ ଶୀଘ୍ର ବଢ଼ୁଥିଲା ଏବଂ ସବୁଜବଳୟ ସୃଷ୍ଟି କରିବାରେ ସାହାଯ୍ୟ କରୁଥିଲା । କିନ୍ତୁ ଏଣିକି ବାତ୍ୟା ପ୍ରତିରୋଧ କରିପାରୁଥିବା ଶକ୍ତ ଗଛ ଲଗାଇବା ପାଇଁ ବ୍ୟବସ୍ଥା କରାଯିବା ସହିତ ଗଛଗୁଡ଼ିକ ବ୍ୟବଧାନ କମାଇବା ପାଇଁ ବୁଦା ଜାତୀୟ ଗଛ ଲଗାଯିବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ
ରାଉତରାୟ କହିଛନ୍ତି । ଏହି ଉଚ୍ଚସ୍ତରୀୟ ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ସମସ୍ତ ଉଚ୍ଚ ପଦାଧିକାରୀ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.