rain ଓଡିଶାଖବରମୁଖ୍ୟ ଖବର ୧୫ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ, ଉତ୍ତର ଓ ଉପକୂଳ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା By odishanext On Apr 12, 2019 0 1,089 Share ଭୁବନେଶ୍ୱର .- ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇଛି । ଗୁରୁବାରରେ ରାଜ୍ୟର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ତାଳଚେରରେ ସର୍ବାଧିକ ୪୧.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିଲା । ମାଳକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ଗଜପତି, ଗଞ୍ଜାମ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଜଗତ୍ସିଂହପୁର, ଢ଼େଙ୍କାନାଳ, ଝାରସୁଗୁଡ଼ା, ଖୋର୍ଧା ଓ କଟକର ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ରହିଛି । ଗୁରୁବାରରେ ତାଳଚେର ୪୧.୮ ଡିଗ୍ରୀ ସେଲସିୟସ ,ଟିଟିଲାଗଡ଼ ୪୧.୬ଡିଗ୍ରୀ ସେଲସିୟସ, ବଲାଙ୍ଗୀର ୪୧.୫ଡିଗ୍ରୀ ସେଲସିୟସ, ମାଲକାନଗିରି ୪୧ଡିଗ୍ରୀ ସେଲସିୟସ, ଅନୁଗୁଳ ୪୦.୯ଡିଗ୍ରୀ ସେଲସିୟସ, ଝାରସୁଗୁଡ଼ା ୪୦.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ହୀରାକୁଦରେ ବି ତାପମାତ୍ରା ବଢ଼ିଛି। ସବୁଠି ୩୮ ଡିଗ୍ରି ପାର୍ ହୋଇଥିଲା। କଟକର ତାପମାତ୍ରା ୩୯.୫ ଡିଗ୍ରିରେ ପହଞ୍ଚିଛି। ଭୁବନେଶ୍ବର ତାପମାତ୍ରା ବି ୩୮.୬ ଡିଗ୍ରି ରହିଥିଲା। 0 1,089 Share