ଭୁବନେଶ୍ୱରରେ ଭେଙ୍କୟା ନାଇଡୁ
ଭୁବନେଶ୍ୱର: ଉପ-ରାଷ୍ଟ୍ରପତି ଭେଙ୍କୟା ନାଇଡୁ ସେମାବାର ପୂର୍ବାହ୍ଣରେ ଦିନିକିଆ ଓଡିଶା ଗସ୍ତରେ ଭୁବନେଶ୍ୱର ଆସିଛନ୍ତି । ଉପ-ରାଷ୍ଟ୍ରପତି ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଂଚିବା ପରେ ତାଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ସ୍ୱାଗତ କରାଯାଇଥିଲା । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଓ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ରାଷ୍ଟ୍ରପତିଙ୍କୁ ଫୁଲତୋଡା ଦେଇ ସ୍ୱଗତ କରିଥିଲେ ।
ବିମାନବନ୍ଦରରୁ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ରାଜଭବନ ଅଭିମୁଖେ ଯାଇଥିଲେ । ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ରାଷ୍ଟ୍ରପତି ଆସିଛନ୍ତି । ସହରର ଏକ ଘରୋଇ ସ୍କୁଲର ବାର୍ଷିକ ଉତ୍ସବ ଓ ରେଲ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଯୋଗ ଦେଉଛନ୍ତି ।
ଭେଙ୍କୟା ନାଇଡୁଙ୍କ ଗସ୍ତ ପାଇଁ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସହରର ବିଭିନ୍ନ ସ୍ଥାନରେ ୨୫ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ସେହପରି ଟ୍ରାଫିକ ବ୍ୟବସ୍ଥାକୁ ଅଧିକ କଡାକଡ଼ି କରି ଦିଆଯାଇଛି । ଉପ-ରାଷ୍ଟ୍ରପ୍ରତି ଗସ୍ତ ଶେଷ କରି ସନ୍ଧ୍ୟା ୫ଟାରେ ଫେରିଯିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ମିଳିଛି ।