ନୂଆବର୍ଷର ପ୍ରଥମ ଦିନରୁ ଶସ୍ତା ହେଲା ଟିଭି ,ପାଓ୍ୱାର ବ୍ୟାଙ୍କ ସହ ଏହି ସବୁ ଜିନିଷ

0 760

ନୂଆଦିଲ୍ଲୀ . – ୨୦୧୯ ଜାନୁଆରୀ ଏକ ତାରିଖ ଠାରୁ ବିଭିନ୍ନ ସାମଗ୍ରୀରେ ଜିଏସ୍‌ଟିକୁ ହ୍ରାସ କରାଯାଇଛି । ଏଥିଯୋଗୁଁ ଫୋନ୍‌ ଓ ଅନ୍ୟ ସାମଗ୍ରୀରେ ବ୍ୟବହୃତ ଲିଥିୟମ ବ୍ୟାଟେରୀ, ଏଲ୍ଇଡି ମନିଟର ଓ ଟିଭି, ପାଓ୍ୱାରବ୍ୟାଙ୍କ ,ସ୍ୱତନ୍ତ୍ର ଧରଣର ଟାୟାର ସହ ପ୍ରାୟ ୩୩ଟି ସାମଗ୍ରୀ ଶସ୍ତା ହୋଇଛି ।
ବିଭିନ୍ନ ସଂରକ୍ଷିତ ପନିପରିବା ଓ ପଳ ଉପରେ ଜିଏସ୍‌ଟି ଲାଗୁ ହେବ ନାହିଁ । ୧୦୦ ଟଙ୍କା ପର୍ଯ୍ୟନ୍ତ ସିନେମା ଟିକେଟରେ ଜିଏସ୍‌ଟି ୧୨ ପ୍ରତିଶତକୁ ହ୍ରାସ କରାଯାଇଛି । ଏବେ କେବଳ ୨୮ଟି ଲକ୍ସରୀ ଗୁଡସ୍‌ ଉପରେ ୨୮ ପ୍ରତିଶତ ଜିଏସ୍‌ଟି ଲାଗୁ ହେଉଛି ।

Leave A Reply