ଆଜି ମଧ୍ୟ ରାତ୍ରୀରେ ଖୋଲା ରହିବ ଶ୍ରୀମନ୍ଦିର , ଦର୍ଶନ ଦେବେ ଚତୁର୍ଦ୍ଧା ମୂର୍ତ୍ତି

0 535

ପୁରୀ ..-  ନବବର୍ଷ ଉପଲକ୍ଷେ ଡିସେମ୍ବର ୩୧ ତାରିଖ ମଧ୍ୟରାତ୍ରୀରୁ ଶ୍ରୀମନ୍ଦିରରେ  ଶ୍ରୀଜୀଉଙ୍କ ଦର୍ଶନ ଆରମ୍ଭ ହେବ ।  ଡିସେମ୍ବର ୩୧ ତାରିଖ ରାତି ୨ଟାରେ ଦର୍ଶନ ଲାଗି ଶ୍ରୀମନ୍ଦିର ଦ୍ୱାର ଖୋଲାଯିବ । ସୋମବାର ରାତି ସାଢ଼େ ୯ଟାରେ ଶ୍ରୀମନ୍ଦିରର ପହଡ଼ ପଡ଼ିବ । ନୂଆ ବର୍ଷ ଅବସରରେ ପୁରୀର ପ୍ରବଳ ଭକ୍ତ ଓ ପର୍ଯ୍ୟଟକଙ୍କର ସମାଗମ ହୋଇଥାଏ ଏଥିପାଇଁ ।

୩୧ ତାରିଖ  ରାତି ସାଢ଼େ ୧ଟା ବେଳେ ଶ୍ରୀମନ୍ଦିରର ଦ୍ୱାରା ଫିଟାଯିବ ଓ ରାତି ୨ଟାରୁ ଦର୍ଶନ କରିପାରିବେ ଭକ୍ତ । ଛତିଶା ନିଯୋଗ ସହ ଆଲୋଚନା ପରେ ଶ୍ରୀମନ୍ଦିର ପ୍ରଶାସନ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରିଥିବା ସୂଚନା ଦେଇଛି  । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Leave A Reply