ବାତ୍ୟା ‘ପେଥାଇ ‘ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

0 687

ଭୁବନେଶ୍ୱର .- ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ପେଥାଇ ‘  ଚେନ୍ନାଇ ଠାରୁ ପ୍ରାୟ ୭୦୦ କିମି ଦୂରରେ ରହିଛି ଆସନ୍ତା ୨୪ଘଣ୍ଟା ମଧ୍ୟରେ ‘ପେଥାଇ’ ଭୀଷଣ ବାତ୍ୟାର ରୂପ ନେବା ସହ ସୋମବାର ଅପରାହ୍ଣରେ ସ୍ଥଳ ଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି । ଆନ୍ଧ୍ରପ୍ରଦେଶର କାକିନାଡ଼ା ଏବଂ ଓଙ୍ଗଲ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରାଯାଉଛି ।

ବାତ୍ୟା ‘ପେଥାଇ ‘ ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ଆସନ୍ତା ୧୬ ଏବଂ ୧୭ ତାରିଖରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇପାରେ। ରବିବାରଠାରୁ ସାରା ରାଜ୍ୟରେ ବର୍ଷା ହେବ । ପାଗ କୋହଲା ରହିବ ।

ଏହାର ପ୍ରଭାବରେ ରାୟଗଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁରରେ ରବିବାରଠୁ ବର୍ଷା ହେବ। ଡିସେମ୍ବର ୧୬ ଓ ୧୭ ତାରିଖରେ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶାରେ ପବନର ବେଗ ଘଣ୍ଟା ପ୍ରତି ୫୦ ରୁ ୭୦ କିମି ରହିବ। ୧୮ ତାରିଖରେ ମଧ୍ୟ କିଛି ସ୍ଥାନରେ ବର୍ଷା ହୋଇପାରେ।

ଏହାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଅମଳ ହୋଇ ବିଲରେ ପଥିବା ଧାନକୁ ସୁରକ୍ଷିତ ସ୍ଥାନକପ ନେବା ପାଇଁ ପରାମର୍ଶ ଦିଆଯାଇଛି ।ପେଥାଇ ପାଇଁ ସମସ୍ତ ବନ୍ଦରରେ ଏକ ନମ୍ବର ସତର୍କ ସୂଚନା ଜାରି ହୋଇଛି। ମତ୍ସଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ସତର୍କ କରାଯାଇଛି ।

Leave A Reply