ଜିଏସଟି ରାଜସ୍ୱ ସଂଗ୍ରହ ଅକ୍ଟୋବର ୨୦୧୮ରେ ଏକ ଲକ୍ଷ କୋଟି ଟଙ୍କା ଟପିଲା

0 534

ନୂଆଦିଲ୍ଲୀ. -ଜିଏସଟି ରାଜସ୍ୱର ମୋଟ ସଂଗ୍ରହ ଅକ୍ଟୋବର ୨୦୧୮ରେ ୧,୦୦,୭୧୦ କୋଟି ଟଙ୍କାରେ ପହଁଚିଛି । ଏଥିମଧ୍ୟରୁ ସିଜିଏସଟି ୧୬୪୬୪ କୋଟି ଟଙ୍କା, ଏସଜିଏସଟି ୨୨୮୨୬ କୋଟି ଟଙ୍କା, ଆଇଜିଏସଟି ୫୩୪୧୯ କୋଟି ଟଙ୍କା (ଆମଦାନୀରୁ ସଂଗୃହିତ ହୋଇଥିବା ୨୬୯୦୮ କୋଟି ଟଙ୍କା ସମେତ) ଏବଂ ଉପ ଟିକସ ୮୦୦୦ କୋଟି ଟଙ୍କା (ଆମଦାନୀରୁ ସଂଗୃହିତ ୯୫୫ କୋଟି ଟଙ୍କା ସମେତ) ଅଟେ ।

ସେପ୍ଟେମ୍ବର ମାସ ପାଇଁ ସର୍ବମୋଟ ୬୭.୪୫ ଲକ୍ଷ ଜିଏସଟିଆର ୩ ବି ରିଟର୍ଣ୍ଣ ୩୧ ଅକ୍ଟୋବର, ୨୦୧୮ ସୁଦ୍ଧା ଦାଖଲ କରାଯାଇଥିଲା ।

ସରକାର ନିୟମିତ ପରିଶୋଧନ ଆକାରରେ ଆଇଜିଏସଟିରୁ ସିଜିଏସଟି ଆକାରରେ ୧୭,୪୯୦ କୋଟି ଟଙ୍କା ଏବଂ ଏସଜିଏସଟି ଆକାରରେ ୧୫୧୦୭ କୋଟି ଟଙ୍କା ପରିଶୋଧ କରିଛନ୍ତି । ଏହାବ୍ୟତୀତ, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ୫୦:୫୦ ଅନୁପାତରେ ଅସ୍ଥାୟୀ ଆଧାରରେ କେନ୍ଦ୍ର ନିକଟରେ ଉପଲବ୍ଧ ଅବଶିଷ୍ଟ ଆଇଜିଏସଟିରୁ ୩୦,୦୦୦ କୋଟି ଟଙ୍କାର ପରିଶୋଧନ କରାଯାଇଛି । ଅକ୍ଟୋବର ୨୦୧୮ରେ ନିୟମିତ ଏବଂ ଅସ୍ଥାୟୀ ପରିଶୋଧନ ପରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ସଂଗୃହିତ କରାଯାଇଥିବା ମୋଟ ରାଜସ୍ୱ ସିଜିଏସଟି ଲାଗି ୪୮,୯୫୪ କୋଟି ଟଙ୍କା ଏବଂ ଏସଜିଏସଟି ଲାଗି ୫୨,୯୩୪ କୋଟି ଟଙ୍କା ଅଟେ ।

ଅକ୍ଟୋବର ୨୦୧୮ରେ ରାଜସ୍ୱ ସଂଗ୍ରହ ୧୦୦,୭୧୦ କୋଟି ଟଙ୍କା ସଂଗୃହିତ ହୋଇଛି ଯାହା ସେପ୍ଟେମ୍ବର ୨୦୧୮ରେ ସଂଗୃହିତ ହୋଇଥିବା ୯୪,୪୪୨ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ ତୁଳନାରେ ୬.୬୪ ପ୍ରତିଶତ ଅଧିକ ଅଟେ । ନିମ୍ନଲିଖିତ ଚାର୍ଟ ଚଳିତ ଆର୍ଥିକ କାଳରେ ରାଜସ୍ୱ ସଂଗ୍ରହକୁ ଦର୍ଶାଉଛି । ଯେଉଁ ରାଜ୍ୟଗୁଡ଼ିକ ନିଜ ରାଜ୍ୟର ଟିକସଦାତାମାନଙ୍କ ଠାରୁ ସଂଗୃହିତ ଟିକସରେ ଅସାଧାରଣ ବୃଦ୍ଧି ହାସଲ କରିଛନ୍ତି ସେଗୁଡ଼ିକ ମଧ୍ୟରେ ରହିଛନ୍ତି କେରଳ (୪୪%), ଝାଡ଼ଖଣ୍ଡ (୨୦%), ରାଜସ୍ଥାନ (୧୪%), ଉତ୍ତରାଖଣ୍ଡ(୧୩%) ଏବଂ ମହାରାଷ୍ଟ୍ର (୧୧%) ।

Leave A Reply