ଆଜିର ତେଲଦର : ପେଟ୍ରୋଲ  ୧୯ ପଇସା, ଡିଜେଲ ୧୪  ପଇସା  କମିଲା 

0 649
ନୂଆଦିଲ୍ଲୀ : ଗତ କାଲି ତେଲ ଦର ଅପରିବର୍ତ୍ତିତ ଥିଲା । କିନ୍ତୁ ଆଜି ଦେଶରେ ପେଟ୍ରୋଲ  ଦର  ହ୍ରାସ ପାଇଥିବାବେଳେ ଓ ଡିଜେଲ ଦର ଅପରିବର୍ତ୍ତିତ ରହିଛି ।  ବିଗତ ୧୭ ଦିନ ମଧ୍ୟରେ କେବଳ ଗୋଟିଏ ଦିନ (ଗତକାଲି)କୁ ଛାଡିଦେଲେ ତେଲଦର କ୍ରମାଗତ ହ୍ରାସ ପାଇଚାଲିଛି । ଅନ୍ତର୍ଜାତୀୟ ବଜାରରେ ଦର ହ୍ରାସ ପାଇବା ଏହାର କାରଣ ବୋଲି କୁହାଯାଉଛି । ପେଟ୍ରୋଲ ଦର ଲିଟର ପିଛା ୧୯ ପଇସା ହ୍ରାସ ପାଇଛି । ଆଜି ଦିଲ୍ଲୀରେ ପେଟ୍ରୋଲ ଦର ଟ.୭୯.୧୮ ଓ ଡିଜେଲ ଦର ଲିଟର ପିଛା ଟ.୭୩. ୬୪ ରେ ପହଞ୍ଚିଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ ଜାରି ଦରତାଲିକାରେ କୁହାଯାଇଛି । ଅନ୍ୟପକ୍ଷରେ ଓଡ଼ିଶାର ଭୁବନେଶ୍ୱରରେ ପେଟ୍ରୋଲ ଦରଠାରୁ  ଡିଜେଲ ଦର ଏବେ ବି ଅଧିକ ରହିଛି । କିନ୍ତୁ  ଉଭୟ ପେଟ୍ରୋଲ ଓ ଡିଜେଲ ଦର ୮୦ ତଳକୁ ଖସିଆସିଛି । ଭୁବନେଶ୍ୱରରେ ପେଟ୍ରୋଲ ଟ.୭୮.୦୫ ଓ ଡିଜେଲ ୭୯. ୦୩ ରେ ବିକ୍ରି ହେଉଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ଦେଖାଯାଇପାରେ ।
Leave A Reply