ମୁମ୍ବଇ.- ମୁମ୍ବାଇର ଏକ ଆପାର୍ଟମେଣ୍ଟରେ ଅଭାବନୀୟ ଘଟଣା ଘଟିଛି । ଅନ୍ଧାରୀ ଓ୍ୱେଷ୍ଟର ଲୋଖଣ୍ଡଓ୍ୱାଲାରେ ଥିବା ଏକ ଆପାର୍ଟମେଣ୍ଟର ଏହି ଘଟଣା ଘଟିଛି । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ୨୧ ବର୍ଷୀୟ ଏହି ମଡେଲ ବାରମ୍ବାର ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ଚାପୁଡା ମାରିବା ଦେଖିବାକୁ ମିଳିଛି । ଏହାପରେ ସିକ୍ୟୁରିଟି ଗାର୍ଡ ପୁଲିସକୁ ଡାକିବାରୁ ମଡେଲ ଜଣଙ୍କ ନିଜ ଶରୀରରୁ ପୋଷାକ ଖୋଲି ସିକ୍ୟୁରିଟି ଗାର୍ଡଙ୍କୁ ମାରୁଥିବା ଦେଖିବାକୁ ମିଳିଥିଲା ।
କିଛିଦିନ ତଲେ ଏହି ଯୁବତୀ ଜଣଙ୍କ ମଡେଲ ହେବା ପାଇଁ ମୁମ୍ବଇକୁ ଆସିଛନ୍ତି । ପୁଲିସ ସିସି ଟିଭି ଫୁଟେଜ ଜବତ କରିବା ସହ ଘଟଣାର ତଦନ୍ତ କରୁଛି ।