କାଳରାତ୍ରୀ : ମା’ ଦୁର୍ଗାଙ୍କ କରାଳ ରୂପ, ନବରାତ୍ରୀର 7ମ ଦିନରେ ମା’ଙ୍କ ଉପାସନା କଲେ ଅମୋଘ ଫଳପ୍ରାପ୍ତି ହୁଏ

0 1,595

ମା ଦୂର୍ଗାଙ୍କ ୭ମ ରୂପ ହେଉଛନ୍ତି ମା କାଳରାତ୍ରୀ । ନାମରୁ ହିଁ ଜଣାପଡେ ଯେ ମା ଭୀଷଣାକୃତି । ଶରୀରର ରଂଗ ରାତି ପରି କଳା, ଚକ୍ଷୁ ଅଗ୍ନୀସମ, କେଶ ରାଶି ଅସ୍ତବ୍ୟସ୍ତ । ତ୍ରିନେତ୍ରା, ଚତୁର୍ଭୁଜା ମାତାଙ୍କ ବାହାନ ହେଉଛି ଗଧ । ମାତାଙ୍କ ବାମ ଦୁଇ ହସ୍ତରେ ଖଡଗ ଓ ଲୌହକଣ୍ଟା ଥିବାବେଳେ ଡାହାଣ ଦୁଇହସ୍ତ ବରଦମୁଦ୍ରା ଓ ଅଭୟ ମୁଦ୍ରାରେ ରହି ଭକ୍ତଙ୍କ କଲ୍ୟାଣ ଓ ଅଭୟ ପ୍ରଦାନ କରନ୍ତି । ମାତାଙ୍କ ରୂପ ଅତ୍ୟନ୍ତ ଭୟଙ୍କର କାଳାଗ୍ନୀ ସଦୃଶଥିଲେ ମଧ୍ୟ ମାତ୍ର ସବୁବେଳେ ଭକ୍ତଙ୍କ କଲ୍ୟାଣକରନ୍ତି ଓ ଧର୍ମ-ଅର୍ଥ-କାମ-ମୋକ୍ଷ ପ୍ରଦାନ କରନ୍ତି ।

ମାର୍କଣ୍ଡେୟ ପୁରାଣ ଅନୁସାରେ ଯେତେବେଳେ ମା ଦୁର୍ଗା ଦୈତ୍ୟ ରକ୍ତବୀଜ ସହିତ ଯୁଦ୍ଧ କରୁଥିଲେ, ତାହାର ରକ୍ତ ଭୂମିରେ ପଡିବା କ୍ଷଣି ଲକ୍ଷ ଲକ୍ଷ ଅସୁର ଜନ୍ମ ହେଉଥିଲେ । ଏହାଦେଖି ମା ଦୁର୍ଗା ନିଜ ତେଜରୁ କାଳରାତ୍ରୀଙ୍କୁ ପ୍ରକଟ କଲେ । ଏହା ପରେ ଯେତେବେଳେ ମା ରକ୍ତବୀଜକୁ ବଧ କଲେ ତା ରକ୍ତକୁ ମା କାଳରାତ୍ରୀ ପାନ କରିବା ଫଳରେ ତାହା ଭୂମିରେ ପଡିଲା ନାହିଁ ଓ ଆଉ ଲକ୍ଷ ଲକ୍ଷ ଅସୁର ସୃଷ୍ଟି ହେଲେ ନାହିଁ । ମାର୍କଣ୍ଡେୟ ପୁରାଣ ଛଡା, ମହାଭାରତ, କାଳିକାପୁରାଣରେ ମାତା ମାଳରାତ୍ରୀଙ୍କ ବର୍ଣ୍ଣନା ଅଛି ।
ଧ୍ୟାନ
ଏକବେଣୀ ଜପାକର୍ଣପୁରା ନଗ୍ନା ଖରାସ୍ଥିତା,
ଲମ୍ବୋଷ୍ଠୀ କର୍ଣିକାକର୍ଣି ତୈଲାଭକ୍ତଶରୀରିଣୀ ।
ବାମପାଦଲ୍ଲସୋଲ୍ଲୋହଲତାକଣ୍ଟକ ଭୂଷଣା,
ବର୍ଧନ୍ମୁର୍ଧଧ୍ୱଜା କୃଷ୍ଣା କାଳରାତ୍ରୀର୍ଭୟଙ୍କରୀ ।।

Leave A Reply