ଡାକ୍ତରଙ୍କ ଖରାପ ହସ୍ତାକ୍ଷର ଦେଖି ବିଚାରପତି ବିରକ୍ତ, ଲାଗୁ କଲେ 5 ହଜାର ଟଙ୍କାର ଜୋରିମନା

0 576

ଲକ୍ଷ୍ନୌ :  ଡାକ୍ତରମାନଙ୍କର ଖରାପ ହସ୍ତାକ୍ଷର କଥା କିଏ ନଜାଣେ ?  ଡାକ୍ତରଙ୍କ ଖରାପ ହସ୍ତାକ୍ଷର ଯ଼ୋଗୁଁ ଅନେକ ସମୟରେ ରୋଗୀ କିମ୍ବା ଫାର୍ମାସିଷ୍ଟ ମାନଙ୍କୁ ପଢିବାରେ ଅସୁବିଧା ହୁଏ  ।  ଏହା କାରଣରୁ ଡାକ୍ତର ଗୋଟିଏ ଔଷଧ ଲେଖିଥିବେ କିନ୍ତୁ ଔଷଧ ଦୋକାନୀ ଆଉ ଗୋଟେ ଔଷଧ ଦେଇଥିବ, ଏମିତି ବି ବେଳେବେଳେ ହୋଇଛି ।  କିନ୍ତୁ ଏଥର ତ ବହୁତ ହୋଇଗଲା, କାରଣ ଖୋଦ କୋର୍ଟର ବିଚାରପତି ମଧ୍ୟ ଡାକ୍ତରଙ୍କ ଲେଖା ପଢିନପାରି ବିରକ୍ତ ହୋଇଛନ୍ତି ଓ 5 ହଜାର ଟଙ୍କା ଲେଖାଏଁ ଜୋରିମନା ଲାଗୁ କରିଛନ୍ତି  । 

ଘଟଣାଟି ଘଟିଛି ଉତ୍ତରପ୍ରଦେଶରେ ।  ସେଠାରେ କେତେକ ହିଂସାକାଣ୍ଡରେ ଆହତ ଲୋକମାନଙ୍କ ସଂପର୍କରେ ଡାକ୍ତରଙ୍କ ମେଡିକାଲ ରିପୋର୍ଟ ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚରେ ଦାଖଲ କରିବାର ଥିଲା  ।  ଯଥା ସମୟରେ ରିପୋର୍ଟ ଦାଖଲ ହେଲା କିନ୍ତୁ ରିପୋର୍ଟରେ କଣ ଲେଖା ଅଛି ତାହାକୁ କେହି ପଢିପାରିଲେ ନାହିଁ ।  ଅଯ଼ଥା କାମରେ ସମୟ ବରବାଦ ହେଉଥିବାରୁ ବିଚାରପତି ବିରକ୍ତ ହୋଇ ଅଲଗା ଅଲଗା ମାମଲାରେ 3 ଜଣ ଡାକ୍ତର ଡ.ଟିପି ଜଯସ୍ବାଲ, ପିକେ ଗୋଏଲ ଓ ଆଶିଷ ସାକ୍ସେନାଙ୍କୁ 5 ହଜାର ଟଙ୍କା ଲେଖାଏଁ ଜୋରିମାନା ଲାଗୁ କରିଛନ୍ତି । କୋର୍ଟରେ ସେମାନଙ୍କୁ ଏହି ଅର୍ଥ ଦାଖଲ ପାଇଁ ନିର୍ଦେଶ ଦିଆଯ଼ାଇଛି । 

 

 

Leave A Reply