ଡାକ୍ତରଙ୍କ ଖରାପ ହସ୍ତାକ୍ଷର ଦେଖି ବିଚାରପତି ବିରକ୍ତ, ଲାଗୁ କଲେ 5 ହଜାର ଟଙ୍କାର ଜୋରିମନା

0 573

ଲକ୍ଷ୍ନୌ :  ଡାକ୍ତରମାନଙ୍କର ଖରାପ ହସ୍ତାକ୍ଷର କଥା କିଏ ନଜାଣେ ଡାକ୍ତରଙ୍କ ଖରାପ ହସ୍ତାକ୍ଷର ଯ଼ୋଗୁଁ ଅନେକ ସମୟରେ ରୋଗୀ କିମ୍ବା ଫାର୍ମାସିଷ୍ଟ ମାନଙ୍କୁ ପଢିବାରେ ଅସୁବିଧା ହୁଏ    ଏହା କାରଣରୁ ଡାକ୍ତର ଗୋଟିଏ ଔଷଧ ଲେଖିଥିବେ କିନ୍ତୁ ଔଷଧ ଦୋକାନୀ ଆଉ ଗୋଟେ ଔଷଧ ଦେଇଥିବ, ଏମିତି ବି ବେଳେବେଳେ ହୋଇଛି   କିନ୍ତୁ ଏଥର ତ ବହୁତ ହୋଇଗଲା, କାରଣ ଖୋଦ କୋର୍ଟର ବିଚାରପତି ମଧ୍ୟ ଡାକ୍ତରଙ୍କ ଲେଖା ପଢିନପାରି ବିରକ୍ତ ହୋଇଛନ୍ତି ଓ 5 ହଜାର ଟଙ୍କା ଲେଖାଏଁ ଜୋରିମନା ଲାଗୁ କରିଛନ୍ତି   

ଘଟଣାଟି ଘଟିଛି ଉତ୍ତରପ୍ରଦେଶରେ   ସେଠାରେ କେତେକ ହିଂସାକାଣ୍ଡରେ ଆହତ ଲୋକମାନଙ୍କ ସଂପର୍କରେ ଡାକ୍ତରଙ୍କ ମେଡିକାଲ ରିପୋର୍ଟ ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚରେ ଦାଖଲ କରିବାର ଥିଲା    ଯଥା ସମୟରେ ରିପୋର୍ଟ ଦାଖଲ ହେଲା କିନ୍ତୁ ରିପୋର୍ଟରେ କଣ ଲେଖା ଅଛି ତାହାକୁ କେହି ପଢିପାରିଲେ ନାହିଁ   ଅଯ଼ଥା କାମରେ ସମୟ ବରବାଦ ହେଉଥିବାରୁ ବିଚାରପତି ବିରକ୍ତ ହୋଇ ଅଲଗା ଅଲଗା ମାମଲାରେ 3 ଜଣ ଡାକ୍ତର ଡ.ଟିପି ଜଯସ୍ବାଲ, ପିକେ ଗୋଏଲ ଓ ଆଶିଷ ସାକ୍ସେନାଙ୍କୁ 5 ହଜାର ଟଙ୍କା ଲେଖାଏଁ ଜୋରିମାନା ଲାଗୁ କରିଛନ୍ତି  କୋର୍ଟରେ ସେମାନଙ୍କୁ ଏହି ଅର୍ଥ ଦାଖଲ ପାଇଁ ନିର୍ଦେଶ ଦିଆଯ଼ାଇଛି  

 

 

Leave A Reply