ଭାରତ ପାଇବ ଏସ-୪୦୦ : ବିଶ୍ୱର ସବୁଠାରୁ ଭଲ ବାଲିଷ୍ଟିକ ମିସାଇଲ ଡିଫେନ୍ସ ସିଷ୍ଟମ
ନୂଆଦିଲ୍ଲୀଭାରତ ଗ୍ରସ୍ତରେ ଆସିଛନ୍ତି ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ । ସେ ଭାରତ-ଋଷିଆ ଦ୍ୱିପାକ୍ଷିକ ସମ୍ମିଳନୀରେ ଯୋଗଦେବେ । ଏହି ଅବସରରେ ଉଭୟ ଦେଶ ମଧ୍ୟରେ କେତେକ ସାମରିକ ଚୁକ୍ତି ହୋଇପାରେ । କେତେକ ସୂଚନା ଅନୁସାରେ ଭାରତ ଋଷିଆଠାରୁ ମୋଟ ୮.୫ ବିଲିୟନ ଡଲାର (ପ୍ରାୟ ୬୧ ହଜାର କୋଟି ଟଙ୍କା ) ମୂଲ୍ୟର ପ୍ରତିରକ୍ଷା କ୍ରୟ ଚୁକ୍ତି କରିପାରେ । ଏହା ମଧ୍ୟରେ ରହିଛି ବହୁ ଚର୍ଚ୍ଚିତ ଏସ-୪୦୦ ଟ୍ରିୟମ୍ଫ ମିସାଇଲ ଡିଫେନ୍ସ ସିଷ୍ଟମ । ଏହାଛଡା ଭାରତ ୪ଟି ପ୍ରୋଜେକ୍ଟ ୧୧୩୫୬ ଫ୍ରିଗେଟ,୪୮ ଏମଆଇ ୧୭ ଭି ହେଲିକାପ୍ଟର ଓ ୨୦୦ଟି କେଏ-୨୨୬ ଟି ହେଲିକାପ୍ଟର କିଣିବାକୁ ଚୁକ୍ତି କରିପାରେ । ତେବେ ଏହି ଡିଲ ଚୂଡାନ୍ତ ହେବା ପୂର୍ବରୁ ଭାରତର ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟିର ମଂଜୁରୀ ଆବଶ୍ୟକ । ତେବେ ଏସ-୪୦୦ ଟ୍ରିୟମ୍ପ ମିସାଇଲ ଡିଫେନ୍ସ ସିଷ୍ଟମ ଉପରେ ସମସ୍ତଙ୍କ ନଜର ରହିବ । ଏସ-୪୦୦ ହେଉଛି ବିଶ୍ୱର ସବୁଠାରୁ ଭଲ ବାଲିଷ୍ଟିକ ମିସାଇଲ ଡିଫେନ୍ସ ସିଷ୍ଟମ । ଏହି ମିସାଇଲ ଡିଫେନ୍ସ କିଣିଲେ ଭାରତର ଆକାଶ ସୀମାରେ ଶତ୍ରୁ ପକ୍ଷର ମିସାଇଲ କିମ୍ବା ବିମାନ ଉଡିଲେ ତାହାକୁ ଏହା ମାରି ଖସେଇଦେବ । ଭାରତ ସୀମାର ୪୦୦ କିଲୋମିଟର ଦୂରରୁ ଏହା ଯ଼େକୌଣସି ଶତ୍ରୁପକ୍ଷର ମିସାଇଲ ବା ବିମାନକୁ ଖସେଇଦେବ । କିନ୍ତୁ ଏହା ଯେଉଁ ଦେଶ କିଣିବ ତା ବିରୋଧରେ କଟକଣା ଲଗାଇବାକୁ ଆମେରିକା ଧମକ ଦେଉଛି । ଗତ ସପ୍ତାହରେ ଚୀନ ଏସ-୪୦୦ କିଣିଥିବାରୁ ଆମେରିକା ତା ବିରୋଧରେ କଟକଣା ଲଗାଇଛି ।