ଭୁବନେଶ୍ୱର(ଓଡିଶାନେକ୍ସଟ୍): ଓଡିଶାର ସୁଶ୍ରୀ ଶ୍ରେୟା ମିଶ୍ର କିଙ୍ଗଫିସରରେ କ୍ୟାଲେଣ୍ଡକ ଗର୍ଲ ଭାବରେ ପରିଚିତ। ଏବେ ବଲିଉଡ୍ରେ ସୁଶ୍ରୀ ବେଶ୍ ସକ୍ରିୟ । ୨୦୧୫ ମସିହାରେ ସେ ମିସ୍ ୟୁନାଇଟେଡ କଣ୍ଟିନେଣ୍ଟ ପ୍ରତିଯୋଗିତାରେ ଅଂସ ଗ୍ରହଣ କରିଥିଲେ ।
ସମ୍ବଲପୁରରେ ୧୯୯୧ ମସିହାରେ ଜନ୍ମ ଗ୍ରହଣ କରିଥିଲେ ସୁଶ୍ରୀ । ପରେ ସେ ଦିଲ୍ଲରେ ନିଜର ଉଚ୍ଚ ଶିକ୍ଷା ସମାପ୍ତକରିଥିଲେ । ଏହି ସମୟରେ ହିଁ ସେ ମଡେଲିଂ ଦୁନିଆରେ ପାଦ ଥାପିଥିଲେ । ୨୦୧୦ରେ ଆଇ ଆମ୍ ସି ଏସିଆ ସୁପର ମଡେଲ୍ ମୁକୁଟର ବିଜୟନୀ ହୋଇଥିଲେ । ୨୦୧୩ରେ ମିସ୍ ଡିଭା ଓ ୨୦୧୫ରେ ମିସ୍ ଇଣ୍ଡିଆ ହୋଇଥିଲେ ।