ଓଡ଼ିଶାରେ ପାଦ ଥାପିଲା ଏବିଡ଼ି ମାଏଷ୍ଟ୍ରୋ
ଭୁବନେଶ୍ୱର : ଏବିଡ଼ି ମାଏଷ୍ଟ୍ରୋ ପ୍ରାଇଭେଟ ଲିମିଟେଡ଼, ଆଲାଇଡ଼ ବ୍ଲେଣ୍ଡର୍ସ ଆଣ୍ଡ ଡ଼ିଷ୍ଟିଲର୍ସ ଲିମିଟେଡ଼ (ଏବିଡ଼ି)ର ଯାହାକି ସୁପର ପ୍ରିମିୟମ ଏବଂ ଲକ୍ସୁରି ସ୍ପିରିଟ୍ସର ସହଯୋଗୀ କମ୍ପାନୀ, ଆଜି ଭୁବନେଶ୍ୱର ଠାରେ ଏଓଡ଼ିଏଚ ଆଇରିସ୍ ହ୍ୱିସ୍କି, ଉଡ଼ବର୍ଣ୍ଣସ ଇଣ୍ଡିଆନ ମାଲ୍ଟ, ୟେଲୋ ଡ଼ିଜାଇନର ହ୍ୱିସ୍କି ଏବଂ ରଙ୍ଗିଲା କଣ୍ଟେମ୍ପୋରାରୀ ଇଣ୍ଡିଆନ୍ ଭୋଡ଼କାର ଶୁଭାରମ୍ଭ ସହିତ ଓଡ଼ିଶା ବଜାରରେ ନିଜର ପ୍ରବେଶ ସମ୍ପର୍କରେ ଘୋଷଣା କରିଛି ।
ଏହି ଶୁଭାରମ୍ଭ ଏବିଡ଼ି ମାଏଷ୍ଟ୍ରୋର ରଣନୀତିକ ବଜାର ସମ୍ପ୍ରସାରଣ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି, ଯାହା ଉଚ୍ଚ ସମ୍ଭାବନା ବିଶିଷ୍ଟ ବଜାର ଗୁଡ଼ିକରେ କମ୍ପାନୀର ଉପସ୍ଥିତିକୁ ଅଧିକ ମଜବୁତ କରୁଛି । ଏହି ପଦକ୍ଷେପ କ୍ରମାଗତ ଭାବେ ପରିବର୍ତ୍ତିତ ଭାରତୀୟ ଗ୍ରାହକମାନଙ୍କ ପାଇଁ ସାଂସ୍କୃତିକ ଭାବେ ଗ୍ରହଣୀୟ ଏବଂ ଭବିଷ୍ୟତ-ମୁଖୀ ପ୍ରିମିୟମ ସ୍ପିରିଟର ଏକ ପୋର୍ଟଫୋଲିଓ ପ୍ରସ୍ତୁତ କରିବା ପାଇଁ କମ୍ପାନୀର ଦୂରଦୃଷ୍ଟିକୁ ପ୍ରତିଫଳିତ କରେ ।
ସୁପରଷ୍ଟାର ଅଭିନେତା ତଥା ଉଦ୍ୟୋଗୀ ରଣବୀର ସିଂହ ଏହାର ସହ-ପ୍ରତିଷ୍ଠାତା ଏବଂ କ୍ରିଏଟିଭ ପାର୍ଟନର (ସୃଜନଶୀଳ ସହଯୋଗୀ) ଭାବରେ ରହିଥିବାରୁ, ଏବିଡ଼ି ମାଏଷ୍ଟ୍ରୋ ଆଧୁନିକ ବିଳାସିତା କ୍ଷେତ୍ରକୁ ଏକ ନୂତନ ଦୃଷ୍ଟିକୋଣ ପ୍ରଦାନ କରୁଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାହକମାନଙ୍କୁ ଏଭଳି ବ୍ରାଣ୍ଡ ପ୍ରଦାନ କରିବା, ଯାହା ଉତ୍କୃଷ୍ଟ କାରୁକାର୍ଯ୍ୟରେ ସମୃଦ୍ଧ ହେବା ସହ ଏକ ସ୍ପଷ୍ଟ ଏବଂ ପ୍ରାମାଣିକ କାହାଣୀ ବହନ କରୁଥିବ ।
ଓଡ଼ିଶାରେ ଉପଲବ୍ଧ ହେଉଥିବା ଏବିଡ଼ି ମାଏଷ୍ଟ୍ରୋ ପୋର୍ଟଫୋଲିଓ ଚାରୋଟି ଭିନ୍ନ ବ୍ରାଣ୍ଡକୁ ଏକତ୍ରିତ କରିଛି, ଯାହାର ପ୍ରତ୍ୟେକର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ଏଓଡ଼ିଏଚ ଆଇରିସ ହ୍ୱିସ୍କି -ଏହା ତିନିଥର ପରିଶୋଧନ ପ୍ରକ୍ରିୟା ମାଧ୍ୟମରେ ଏହାର କୋମଳତା ଏବଂ ସୂକ୍ଷ୍ମ କାରୁକାର୍ଯ୍ୟର ଅନୁଭୂତି ପ୍ରଦାନ କରେ; ଉଡ଼୍ବର୍ଣ୍ଣସ କଣ୍ଟେମ୍ପୋରାରୀ ଇଣ୍ଡିଆନ ମାଲ୍ଟ ହ୍ୱିସ୍କି – ଏହି ବ୍ରାଣ୍ଡ ଯାହାକି ପ୍ରତିଷ୍ଠିତ ଏବଂ ବିଶ୍ୱସ୍ତରୀୟ ପୁରସ୍କାର ଜିତିସାରିଛି; ୟେଲୋ ଡ଼ିଜାଇନର ହ୍ୱିସ୍କି – ଆଧୁନିକ ଭାରତୀୟ ରୁଚିକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଥିବା ଏହା ସ୍କଚ୍ ଏବଂ ଭାରତୀୟ ମାଲ୍ଟର ଏକ ସାହସିକ ତଥା ଦୃଢ଼ ଆନ୍ତଃ-ମହାଦ୍ୱିପୀୟ ମିଶ୍ରଣ ଅଟେ; ରଙ୍ଗୀତା କଣ୍ଟେମ୍ପୋରାରୀ ଇଣ୍ଡିଆନ୍ ଭୋଡ଼୍କା – ଏକ ରଙ୍ଗୀନ ଏବଂ ଭାବପ୍ରବଣ ବ୍ରାଣ୍ଡ ଅନୁଭୂତି ମାଧ୍ୟମରେ ଦେଶର ଉତ୍ସଶିତ ସ୍ପନ୍ଦନ ବା ଉତ୍ସାହକୁ ସେଲିବ୍ରେଟ କରେ ।
ଭୁବନେଶ୍ୱରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏବିଡ଼ି ମାଏଷ୍ଟ୍ରୋର ଓଡ଼ିଶା ପଦାର୍ପଣ ବିଷୟରେ ଘୋଷଣା କରି ବିକ୍ରମ ବାସୁ, ମ୍ୟାନେଜିଙ୍ଗ ଡ଼ାଇରେକ୍ଟର, ଏବିଡ଼ି ମାଏଷ୍ଟ୍ରୋ କହିଛନ୍ତି, “ଓଡ଼ିଶା ସବୁବେଳେ କଳା ଓ କାରୁକାର୍ଯ୍ୟକୁ ଭଲ ଭାବେ ବୁଝିଛି ଏବଂ ବିଶ୍ୱକୁ ନିଜର ପଟ୍ଟଚିତ୍ର, ପିପିଲିର ଚାନ୍ଦୁଆ, କଟକର ରୂପା ତାରକସି କାମ, କୋଟପାଡ଼ କିମ୍ବା ଇକାତ ଭଳି ଅନେକ ଅନନ୍ୟ କଳାକୃତି ଭେଟି ଦେଇଛି । ଓଡ଼ିଶାର ଗ୍ରାହକମାନଙ୍କ ପାଖରେ ଅନନ୍ୟ ଅନୁଭୂତିକୁ ବୁଝିବାର ସୂକ୍ଷ୍ମ ଜ୍ଞାନ ବା ରୁଚି ରହିଛି । ଆମର ସ୍ପିରିଟସ ଏବଂ ଅନୁଭୂତି ଦୁନିଆରେ ଓଡ଼ିଶା ଆମ ପାଇଁ ଏକ ପ୍ରାଥମିକତା । ଆମେ ବିଶ୍ୱସ୍ତରୀୟ କାରୁକାର୍ଯ୍ୟ ସହିତ ଆଧୁନିକ ବିଳାସିତାର ମିଶ୍ରଣ କରି ଆମର ପୋର୍ଟଫୋଲିଓକୁ ଡ଼ିଜାଇନ କରିଛୁ । ଏଓଡ଼ିଏଚ ର କୋମଳ ଶୁଦ୍ଧତା ହେଉ କିମ୍ବା ରଙ୍ଗିଲାର ସ୍ଫୃର୍ତ୍ତିଦାୟକ ଶକ୍ତି, ଉଡ଼ବର୍ଣ୍ଣସର ଅନୁସନ୍ଧାନ ହେଉ କିମ୍ବା ୟେଲୋର ସାହସିକତା, ଆମର ଲକ୍ଷ୍ୟ ହେଉଛି ଦୈନନ୍ଦିନ ଉତ୍ସବକୁ ଅଧିକ ଆନନ୍ଦଦାୟକ କରିବା ଏବଂ ଗ୍ରାହକଙ୍କ ପରିବର୍ତ୍ତିତ ରୁଚି ସହ ତାଳ ମିଳାଇବା ।”
ଓଡ଼ିଶା ବଜରରେ ପ୍ରବେଶ କରିବା ସହିତ, ଏବିଡ଼ି ମାଏଷ୍ଟ୍ରୋ ଭାରତର ସବୁଠାରୁ ସ୍ୱତନ୍ତ୍ର ପ୍ରିମିୟମ ସ୍ପିରିଟ୍ସ ପୋର୍ଟଫୋଲିଓ ଗଠନ ପ୍ରକ୍ରିୟାକୁ ଜାରି ରଖିଛି ଏବଂ ଓଡ଼ିଶା ବଜାରର ବିଭିନ୍ନ ସହରରେ ନିଜର ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ବ୍ରାଣ୍ଡ ଗୁଡ଼ିକର ପହଞ୍ଚକୁ ସମ୍ପ୍ରସାରିତ କରୁଛି ।
Comments are closed, but trackbacks and pingbacks are open.