ଆତ୍ମନିର୍ଭରଶୀଳ ହେବ ଭାରତ- ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ପ୍ରଧାନମନ୍ତ୍ରୀ

0 1,219

ନୂଆଦିଲ୍ଲୀ – ବିଶ୍ୱ ମହାମାରୀ କରୋନା ଯୋଗୁଁ ଦେଶର ଅର୍ଥନୀତିକୁ ସୁଧାରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତ୍ମନିର୍ଭର ଭାରତ ଅଭିଯାନ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି । ଏଥିଲାଗି ପ୍ରଧାନମନ୍ତ୍ରୀ ୨୦ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍‍ ଘୋଷଣା କରିଛନ୍ତି । ଗତସନ୍ଧ୍ୟାରେ ଦେଶବାସୀଙ୍କୁ ଉଦ୍‍ବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ଏହି ସୂଚନା ଦେବା ସହ ୧୭ତାରିଖ ପରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଭିନ୍ନ ରୂପରେ ଆସିବ ଏବଂ ଏଥିପାଇଁ ନୂଆ ଗାଇଡ୍‍ଲାଇନ୍‍ ଜାରି କରାଯିବ ।

ଏ ସଂପର୍କରେ ୧୮ ତାରିଖ ପୂର୍ବରୁ ଘୋଷଣା କରାଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ଏହି ଆତ୍ମନିର୍ଭର ଭାରତ ଅଭିଯାନ
ପ୍ୟାକେଜ୍‍ ଦ୍ୱାରା କୃଷିକ୍ଷେତ୍ରଠାରୁ ଆରମ୍ଭ କରି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବେଶ୍‍ ଲାଭବାନ ହେବା ସହ ଦେଶର ଆର୍ଥିକ ଅବସ୍ଥା ଶକ୍ତିଶାଳୀ ହେବ
ବୋଲି ସେ କହିଛନ୍ତି । ଆଜିଠାରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ପ୍ୟାକେଜ୍‍ ସଂପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିବେ । ତେବେ ସରକାରଙ୍କ ଏଭଳି ପ୍ୟାକେଜ୍‍ ଘୋଷଣାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିବା ସହ ଦେଶର ବିକାଶଯାତ୍ରା ଏବଂ ଆତ୍ମନିର୍ଭର
ଭାରତ ଅଭିଯାନକୁ ନୂଆ ଗତି ଦେବ ବୋଲି କହିଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି ୧୩୦ କୋଟି ଦେଶବାସୀ ଯଦି ସଂକଳ୍ପ କରିବେ ତେବେ
କୌଣସି ବି ଲକ୍ଷ୍ୟ ଅସମ୍ଭବ ନୁହେଁ । ସଂକଳ୍ପକୁ ମଜବୁତ କରିବା ସହ ଏହି ସଂକଟ ସହ ଲଢ଼ିବାକୁ ହେବ ଏବଂ ଆତ୍ମନିର୍ଭର ମଧ୍ୟ ହେବାକୁ ପଡ଼ିବ
ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି ।

Leave A Reply