ଓଡ଼ିଶାରେ ଦୁଇଟି ନକଲି ବିଶ୍ୱବିଦ୍ୟାଳୟ-ୟୁ.ଜି.ସି.

0 1,166

ନୂଆଦିଲ୍ଲୀ – ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗ ୟୁ.ଜି.ସି. ପକ୍ଷରୁ ଦେଶର ନକଲି ବିଶ୍ୱବିଦ୍ୟାଳୟର ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ ଦେଶର ୨୪ଟି ବିଶ୍ୱବିଦ୍ୟାଳୟ ଥିବା ବେଳେ ଏଥିରେ ଓଡ଼ିଶାର ଦୁଇଟି ବିଶ୍ୱବିଦ୍ୟାଳୟକୁ ନକଲି ଭାବେ ଚିହ୍ନଟ କରାଯାଇଛି ।

ଏହି ଦୁଇଟି ବିଶ୍ୱବିଦ୍ୟାଳୟ ହେଉଛି ରାଉରକେଲାର ନବଭାରତ ଶିକ୍ଷା ପରିଷଦ ବିଶ୍ୱବିଦ୍ୟାଳୟ ଓ ବାରିପଦାର ଉତ୍ତର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ । ୟୁ.ଜି.ସି. ସଚିବ ରଜନିସ୍‍ ଜୈନ୍‍ କହିଛନ୍ତି, ଛାତ୍ର ତଥା ଜନସାଧାରଣଙ୍କ ଅବଗତି ନିମନ୍ତେ ଏହି ତାଲିକା ପ୍ରକାଶ ପାଇଛି । ଯାହାଫଳରେ ଛାତ୍ରଛାତ୍ରୀମାନେ ଠକାମିର ଶିକାର ହେବେ ନାହିଁ ।

Leave A Reply