ପୁନେରେ କାନ୍ଥ ଭୁଶୁଡ଼ି ୧୭ ମୃତ

0 1,355

ପୁନେ: ମହାରାଷ୍ଟ୍ରର ପୁନେରେ କାନ୍ଥ ଭୁଶୁଡ଼ିବାରୁ ଶୁକ୍ରବାର-ଶନିବାର ରାତି ଏକ ବଡ଼ ଦୁର୍ଘଟଣା ଘଟିଛି । କୋଢବାରେ କାନ୍ଥ ଢଳିବା ଯୋଗୁଁ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଆହୁରି କିଛି ଲୋକ ଆହତ ହୋଇଛିନ୍ତି । ଆହତମାନଙ୍କୁ ଆମ୍ବୁଲାନ୍ସ ମାଧ୍ୟମରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନଡିଆରଏଫ କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଗୁରୁବାର ଓ ଶୁକ୍ରବାର ମହାରାଷ୍ଟ୍ରରେ ପ୍ରବଳ ବର୍ଷା ହୋଇଛି ଏବଂ ବର୍ଷା ଯୋଗୁଁ କାନ୍ଥ ଭୁଶୁଡ଼ିଛି । ଆବାସିକ ସୋସାଇଟର ନିର୍ମାଣ କାମ ଚାଲିଥିବା ବେଳେ ରାତିରେ କାନ୍ଥ ଭୁଶୁଡ଼ି ନିକଟରେ ଚାଳ-ମାଟି ଘରେ ରହୁଥିବା ଶ୍ରମିକମାନେ ମୃତ୍ୟୁ ଓ ଦୁର୍ଘଟଣାର ଶିକାର ହୋଇଛନ୍ତି ।

Leave A Reply