ସେପ୍ଟେମ୍ବର ୧୫ ତାରିଖରୁ ଅନାଥ ପିଲାମାନଙ୍କୁ ଆଉ ଆଶୀର୍ବାଦ ଯୋଜନାରେ ସାମିଲ କରାଯିବ ନାହିଁ

0 244

ସେପ୍ଟେମ୍ବର ୧୫ ତାରିଖରୁ ଅନାଥ ପିଲାମାନଙ୍କୁ ଆଉ ଆଶୀର୍ବାଦ
ଯୋଜନାରେ ସାମିଲ କରାଯିବ ନାହିଁ । ଚଳିତ ମାସ ୧୫ ପରେ ଅଭିଭାବକଙ୍କୁ ହରାଉଥିବା ଶିଶୁ ପୂର୍ବ ପରି ଶିଶୁ ସୁରକ୍ଷା ଯୋଜନାର ଆଇନ୍‍ରେ ସାମିଲ ହେବେ ନାହିଁ । ଆଜି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଏ ନେଇ ଚିଠି ଲେଖାଯାଇଛି । ତେବେ ଯେଉଁମାନେ ଆଶୀର୍ବାଦ ଯୋଜନାରେ ସାମିଲ ହୋଇଛନ୍ତି ସେମାନଙ୍କୁ ୧୮ ବର୍ଷ ପର୍ଯ୍ୟନ୍ତ ଏହି ଯୋଜନାର ସବୁ ସୁବିଧା ମିଳିବ ।

ସୂଚନା ଯୋଗ୍ୟ କରୋନା ମହାମାରୀ ସଂକ୍ରମଣ ଓ ଅନ୍ୟାନ୍ୟ ରୋଗରେ ପିତାମାତା ପ୍ରାଣ ହରାଇଥିଲେ ସେମାନଙ୍କ ଅନାଥ ଶିଶୁଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଗତ ଜୁନ୍‍ ମାସରୁ ସରକାର ଆଶୀର୍ବାଦ ଯୋଜନା ଘୋଷଣା କରିଥିଲେ । ଉଭୟ ଅଭିଭାବକଙ୍କୁ ହରାଇଥିବା ପିଲାମାନଙ୍କୁ ମାସିକ ୨୫୦୦ଟଙ୍କା ଓ ଜଣଙ୍କୁ ହରାଇଥିବା ପିଲାଙ୍କୁ ୧୫୦୦ଟଙ୍କା ଦେବାର ବ୍ୟବସ୍ଥା ରହିଛି । ଏଥିସହ ଶିକ୍ଷା-ସ୍ୱାସ୍ଥ୍ୟର ଯତ୍ନ ନେବେ ବୋଲି ଯୋଜନାରେ ଘୋଷଣା କରାଯାଇଥିଲା ।

Leave A Reply