ଭିଭୋର ନୂଆ ଏକ୍ସ-୨୧ ସ୍ମାର୍ଟଫୋନ୍, ଡିସପ୍ଲେ ମଧ୍ୟରେ ଫିଙ୍ଗରପ୍ରିଣ୍ଟ ସେନସର
ଚାଇନିଜ୍ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଭିଭୋ ପକ୍ଷରୁ ଏହାର ଫ୍ଲାଗସିପ୍ ଇନ୍-ଡିସ୍ପ୍ଲେ ଫିଙ୍ଗରପ୍ରିଣ୍ଟ ଯୁକ୍ତ ସ୍ମାର୍ଟଫୋନ୍ ଏକ୍ସ-୨୧ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଏଥିରେ ସ୍ୱତନ୍ତ୍ର ସୁରକ୍ଷିତ ଅନ୍ ଲକିଂ ଜ୍ଞାନକୌଶଳକୁ ଅନ୍ତର୍ଭୁକ୍ତ କରାଯାଇଛି ।
ଏହି ଫୋନ୍ ଯୁବବର୍ଗଙ୍କ ସେଲ୍ଫି ଅଭ୍ୟାସକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି । ଏଥିରେ ଜ୍ଞାନକୌଶଳ, ଡିଜାଇନିଂ ଏବଂ ସାମୁହିକ ଦକ୍ଷତା ଭିତିରେ ପ୍ରସ୍ତୁତ କରାଯାଇଛି । ଏଥିରେ ୧୫.୯୫ ସେମି ଫୁଲ୍ ଏଚଡି ସ୍କ୍ରିନ୍ ଡିସ୍ପ୍ଲେ ରହିଛି । ଏଥିରେ ଡୁଆଲ୍ ପଛ କ୍ୟାମେରା ୧୨ ଏମ୍ପି ଏବଂ ୫ ଏମ୍ପି କ୍ୟାମେରା ଏବଂ ୧୨ ଏମପି ସେଲଫି କ୍ୟାମେରା ରହିଛି । ୧୯:୯ ଫୁଲ୍ ଭିୟ ରହିଛି । ୬ଜିବି ରାମ୍, ୧୨୮ ଜିବି ରମ୍, କ ୍ୱାଲକମ୍ ସ୍ନାପଡ୍ରାଗନ ୬୬୦ ଅକଫାକୋର୍, ଆଣ୍ଡ୍ରଏଡ୍ ୮.୧, ୩୨୦୦ଏମ୍ଏଏଚ୍ ବ୍ୟାଟେରୀ ଆଦି ବୈଶିଷ୍ଟ୍ୟ ରହିଛି । ଏହାର ମୂଲ୍ୟ ୩୫,୯୯୦ ଟଙ୍କା ରହିଛି । ଏହା ବ୍ଳାକ୍ ରଙ୍ଗରେ ୨୦୧୮ ମଇ ୨୯ ତାରିଖଠାରୁ ଅନ୍ ଲାଇନ୍ରେ ଶପ୍ ଭିଭୋ ଡଟ୍ କମ୍ ଇନ୍ ଓ ଫ୍ଲିପ୍କାର୍ଟ ଡଟ୍ କମ୍ରେ ଆକର୍ଷଣୀୟ ଅଫରରେ ଉପଲବ୍ଧ ହେବ । ଏହି ଅବସରରେ ଭିଭୋ ଇଣ୍ଡିଆର ସିଏମ୍ଓ କେଂଟ୍ ଜେଙ୍ଗ୍ କହିଲେ, ‘ ଭିଭୋ ସାମ୍ପ୍ରତିକ କ୍ୟାମେରା ଜ୍ଞାନକୌଶଳରେ ଏକ ନୂତନ କ୍ଷେତ୍ର ସୃଷ୍ଟି କରିବା ସହିତ କ୍ୟାମେରାର ଅଭିଜ୍ଞତାକୁ ବିଶେଷ ରୁଦ୍ଧିମ‘ କରିବାକୁ ସକ୍ଷମ ହେବ । ଆମ୍ଭେ ନିଶ୍ଚିତ ଯେ, ଏହି ଏକ୍ସ-୨୧ ସ୍ମାର୍ଟଫୋନ୍ ନୂତନ କ୍ଷେତ୍ର ସୃଷ୍ଟି କରିବାକୁ ସକ୍ଷମ ହେବ ତଥା ଗ୍ରାହକଙ୍କ ଦ୍ୱାରା ବିଶେଷ ଆଦୃତି ଲାଭ କରିବା ସହିତ ସେଲଫି ଅଭିଜ୍ଞତାକୁ ରୁଦ୍ଧିମ‘ କରାଇବ । ଏଭଳି ଏକ ଫୋନ୍ ପ୍ରସ୍ତୁତ କରିଥିବାରୁ ଆମେ ଗର୍ବିତ ।
ଏଥିରେ ଫିଙ୍ଗର ପ୍ରିଂଟ୍ ସ୍କାନିଂ ଜ୍ଞାନକୌଶଳ ଓଏଲ୍ଇଡି ଡିସ୍ପ୍ଲେ ରହିଛି । ଯାହାକି ଅନଲକିଂ ବ୍ୟବସ୍ଥାକୁ ସୁରକ୍ଷିତ କରୁଛି ।