କଣ ସତରେ ନକଲି ପ୍ଲାଷ୍ଟିକ ଅଣ୍ଡା ବିକ୍ରି ହେଉଛି ? କେତେ ସତ କେତେ ମିଛ ?

0 666

ଆଜିକାଲି ପ୍ଲାଷ୍ଟିକ ଅଣ୍ଡା ବିକ୍ରି ହେଉଥିବା ନେଇ ଅନେକ ଚର୍ଚ୍ଚା ହେଉଛି । ଆମ ରାଜ୍ୟରେ ମଧ୍ୟ ଏ ନେଇ କିଛି କମ ଚର୍ଚ୍ଚା ହେଉନାହିଁ । ଏପରିକି କେତେକ ନିଜେ ଏହାକୁ ଦେଖିଥିବା ଦାବି କରୁଛନ୍ତି । ଏ ସଂପର୍କରେ ଏକ ଭିଡିଓ ବିଭିନ୍ନ ସୋସିଆଲ ମିଡିଆ ଯଥା ୟୁଟ୍ୟୁବ, ଫେସବୁକ,ହ୍ୱାଟ୍ସଆପ ଆଦିରେ ବୁଲୁଛି । ଏହି ଭିଡିଓରେ ଦେଖାଯାଉଛିଯେ ଏକ କାରଖାନାରେ ନକଲି ଅଣ୍ଡା ତିଆରି ଚାଲିଛି । କେତେକ ଲୋକ ଏହାକୁ ତିଆରି କରି ତା ମଧ୍ୟରେ ନକଲି କେଶର ଭଳି କିଛି ସାମଗ୍ରୀ ଭର୍ତ୍ତିକରୁଛନ୍ତି । ଏହି ଭିଡିଓ ହିଁ ଏହି ଗୁଜବକୁ ଆହୁରି ଶକ୍ତିଶାଳୀ କରୁଛି । ତେବେ ଏହା କଣ ସତ ? ଆସନ୍ତୁ ଜାଣିବା ।

ଆଗ ଚାଲନ୍ତୁ ଜାଣିବା ଏହି ଭିଡିଓଟି କେଉଁଠୁ ଆସିଲା । ଏହି ଭିଡିଓଟି ଗତ ୨୦୧୭ରୁ ସୋସିଆଲ ମିଡିଆରେ ବୁଲୁଛି । କେବଳ ଆମ ଦେଶ ନୁହେଁ ବିଶ୍ୱର ଅନେକ ଦେଶରେ ଏହାକୁ ଦେଖି ନକଲି ଅଣ୍ଡା ବିଷୟରେ ଚର୍ଚ୍ଚା ହେଉଛି । ଚୀନର ସୋସିଆଲ ମିଡିଆ ୱି-ଚାର୍ଟରେ ପ୍ରଥମେ ଏହି ଭିଡିଓର ତଦନ୍ତ କରାଯାଇ ଏହା ନକଲି ଅଣ୍ଡା ନୁହେଁ ବରଂ ପିଲାଙ୍କ ଖେଳିବା ପାଇଁ ଏକ ଖେଳନା ଅଣ୍ଡା । ଏହା ଚୀନ, କୋରିଆ ଆଦି ଦେଶରେ ଆମାଜନ ଓ ତାଓବାଓ ଆଦି ଅନଲାଇନ ସପିଂ ପ୍ଲାଟଫର୍ମରେ ମିଳୁଛି ।

ଏଗୁଡିକୁ ଏକ କୋରିଆ କମ୍ପାନି ତିଆରି କରୁଛି । ଏଗୁଡ଼ିକ କେତେକ ଜୈବିକ ପଦାର୍ଥରୁ ତିଆରି ହେଉଛି , ଏହା ବିଷାକ୍ତ ନହେଲେ ମଧ୍ୟ ଖାଦ୍ୟ ଯୋଗ୍ୟ ନୁହେଁ । ଚିତ୍ରରେ ଦେଖନ୍ତୁ ଏହାକୁ କିପରି ପ୍ଲାଷ୍ଟିକ ଜରିରେ ପ୍ୟାକିଂ କରି ବିକ୍ରି କରାଯାଉଛି । ମୁଖ୍ୟକଥା ହେଉଛି ଏହା ଅଣ୍ଡା ନୁହେଁ ବରଂ ଏକ ପ୍ରକାରର ପିଲାଙ୍କ ଖେଳନା । ଏଣୁ ନକଲି ଅଣ୍ଡା କଥା ମିଛ ।

Leave A Reply