ବିଜୁ ପଟ୍ଟନାୟକ ସ୍ମୃତି ଫଟୋ ଗ୍ୟାଲେରୀ ଲୋକା ର୍ପିତ
ଭୁବନେଶ୍ୱର, – ବିଶିଷ୍ଟ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଘଟଣାବହୁଳ ଜୀବନ ଆଧାରିତ ଏକ ଫଟୋ
ଗ୍ୟାଲେରୀ ଲୋକର୍ପିତ ହୋଇଯାଇଛି । ‘ବିଜୁ ପଟ୍ଟନାୟକ ସ୍ମୃତିଫଟୋ ଗ୍ୟାଲେରୀ’କୁ ବାଚସ୍ପତି ଡ. ସୂର୍ୟନାରାୟଣ ପାତ୍ର ଲେ।କା ର୍ପଣ କରିଛନ୍ତି। ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଏହି ଗ୍ୟାଲେରୀକୁ ଲୋକା ର୍ପଣ କରି ଏହା ବିଜୁବାବୁଙ୍କ ସ୍ୱ ପ୍ନ ଓ ସଂକଳ୍ପ ପୂର୍ଣ୍ଣ ଜୀବନ କାହାଣୀକୁ ସମକାଳ ଓ ଭବିଷ୍ୟତ ନାଗରିକମାନଙ୍କ ନିକଟରେ ଉ ପସ୍ଥା ପିତ କରିବାରେ ସମର୍ଥ ହେବ ବୋଲି ଉଲ୍ଲେଖ କରିଥିଲେ ।
ସରଳ ଓ ନିରାଡଞ୍ଚର ଭାବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତା ପ ଜେନା, ଜଳସଂ ପଦ, ସୂଚନା ଓ ଲୋକସଂ ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ପର୍ଯ୍ୟଟନ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉ ପସ୍ଥିତ ରହିଥିଲେ ।