ବଜେଟ ଉପସ୍ଥାପନା ପୂର୍ବରୁ ମନମୋହନସିଂଙ୍କୁ ଭେଟିଲେ ନିର୍ମଳା ସୀତା ରମଣ

0 2,039

ନୂଆଦିଲ୍ଲୀ . — କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଥମଥର ପାଇଁ ସାଧାରଣ ବଜେଟକୁ ଉପସ୍ଥାପନ କରିବେ । ଏଥିପାଇଁ ଦିଲ୍ଲୀର ନର୍ଥ ବ୍ଲକରେ ଜୋରସୋରରେ ବଜେଟ ଛାପା କାର୍ୟ୍ୟ ଚାଲିଛି । ମାତ୍ର ଏହା ପୂର୍ବୁର ଅର୍ଥମନ୍ତ୍ରୀ ନିର୍ମଳୀ ସାତାରମଣ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଦେଖା କରିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ବଜେଟକୁ ନେଇ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି ।

ଜୁଲାଇ ୫ ତାରିଖରେ ନିର୍ମଳା ସୀତାରମଣ ପ୍ରଥମଥର ପାଇଁ ବଜେଟ ଉପସ୍ଥାପନା କରିବେ । ବଜେଟ୍‌ ପୂର୍ବରୁ ଦୁଇ ନେତାଙ୍କର ସାକ୍ଷାତକାର ବେଶ୍‌ ଗରୁତ୍ୱ ବହନ କରୁଛି ।
ଗତ ସପ୍ତାହରେ ରାଜ୍ୟମାନଙ୍କର ଅର୍ଥମନ୍ତ୍ରୀଙ୍କ ସହ ନିର୍ମଳା ସୀତାରମଣଙ୍କର ସାକ୍ଷାତକାର ହୋଇଥିଲା । ଏଥିରେ ଦେଶର ବିକାଶରେ ରାଜ୍ୟମାନଙ୍କ ସହଯୋଗ ଲୋଡ଼ିଥିଲେ । ରାଜ୍ୟ ଓ କେନ୍ଦ୍ର ଏକାଠି ହୋଇ କାମ ନ କଲେ କୌଣସି ଲକ୍ଷ୍ୟ ହାସଲ କରିହେବ ନାହିଁ ବୋଲି ନିର୍ମଳା ସୀତାରମଣ ପ୍ରକାଶ କରିଥିଲେ ।

Leave A Reply