କେନ୍ଦ୍ର ଅଧୀନସ୍ଥ ଶିକ୍ଷାନୁଷ୍ଠାନରେ ଖାଲି ପଡ଼ିଥିବା ଅଧ୍ୟାପକ ପଦବୀ ସଂଖ୍ୟା ଖୁବ୍‍ ଶୀଘ୍ର ପୂରଣ ହେବ

0 233

କେନ୍ଦ୍ର ଅଧୀନସ୍ଥ ଶିକ୍ଷାନୁଷ୍ଠାନରେ ଖାଲି ପଡ଼ିଥିବା ଅଧ୍ୟାପକ ପଦବୀ ସଂଖ୍ୟା ଖୁବ୍‍ ଶୀଘ୍ର ପୂରଣ ହେବ ଏବଂ ଏହି ପଦବୀ ନିଯୁକ୍ତିରେ ଅନ୍ୟାନ୍ୟ ପଛୁଆବର୍ଗ-ଓବିସି ଓ ଆର୍ଥିକ ଅନଗ୍ରସର ବର୍ଗର ଲୋକଙ୍କୁ ପ୍ରାଧାନ୍ୟ ଦିଆଯିବ ବୋଲି ଗତକାଲି ନୂଆଦିଲ୍ଲୀଠାରେ ସର୍ବଭାରତୀୟ ଓବିସି ଛାତ୍ର ସଂଘର ପ୍ରତିନିଧିମାନଙ୍କୁ ଭେଟିବା ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିଶ୍ରୁତି ଦେଇଛନ୍ତି ।

ଏହି ଅବସରରେ ସଂଘର ଛାତ୍ରଛାତ୍ରୀମାନେ ଓବିସି ବର୍ଗଙ୍କ ପାଇଁ ନିଟ୍‍ ପରୀକ୍ଷାରେ ସର୍ବଭାରତୀୟ କୋଟାରେ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ଦେବା ଏବଂ ଓବିସି ସମୁଦାୟଙ୍କ
ସମ୍ମାନ, ନ୍ୟାୟ ଓ ସୁଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି । ଛାତ୍ରଛାତ୍ରୀମାନେ ଓବିସିଙ୍କ କଲ୍ୟାଣ ଓ ଓବିସି ସମାଜକୁ ସଶକ୍ତ କରିବା ପାଇଁ ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହ ସେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ମଧ୍ୟମ ଏବଂ ଅସହାୟ ବ ର୍ଗଙ୍କୁ ସୁଯୋଗ ପ୍ରଦାନ କରିବା ଦିଗରେ ଶ୍ରୀ ମୋଦୀ କାମ କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Leave A Reply