ରାଜ୍ୟ ବିଧାନସଭାର ଶୀତ ଅଧିବେଶନ ଆସନ୍ତା ୧ ତାରିଖରୁ ଆରମ୍ଭ

0 79

ରାଜ୍ୟ ବିଧାନସଭାର ଶୀତ ଅଧିବେଶନ ଆସନ୍ତା ୧ ତାରିଖରୁ ଆରମ୍ଭ ହେବାକୁ ଥିବାବେଳେ ଏହା କରୋନା କଟକଣା ଅନୁପାଳନ କରି ଚାଲିବ ବୋଲି ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ ବିଧାୟିକାମାନଙ୍କର ଆସନ୍ତା ୨୮, ୨୯ ଓ ୩୦ ତାରିଖରେ କରୋନା ପରୀକ୍ଷଣ କରାଯିବା ସହିତ ସମସ୍ତ ପିଏସ୍‍ଓ ଡ୍ରାଇଭର ଓ ଅନ୍ୟ କର୍ମଚାରୀଙ୍କର ମଧ୍ୟ ନମୁନା ପରୀକ୍ଷା କରାଯିବ ।

ବିଧାନସଭାର ସଦସ୍ୟମାନେ ଗୃହରେ ବସିବା ସହିତ ବାଚସ୍ପତି ଗ୍ୟାଲେରୀ, ପବ୍ଲିକ୍‍ ଗ୍ୟାଲେରୀ ଓ ଲୋକସେବା ଭବନରୁ ଏହି ଅଧିବେଶନରେ ଯୋଗଦେଇ ପାରିବେ ।
ପ୍ରତ୍ୟେକଦିନ ବିଧାନସଭା ପରିସରକୁ ବିଶୋଧନ କରାଯିବ ବୋଲି ବାଚସ୍ପତି କହିଛନ୍ତି ।

Leave A Reply