ଦକ୍ଷିଣ ଆଣ୍ଡାମାନ୍ ସାଗର ଏବଂ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଆସନ୍ତା ୪୮ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବାର ସମ୍ଭାବନା ରହିଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ଯେ ଏହି ଲଘୁଚାପ ବଳୟ ଧୀରେ ଧୀରେ ପଶ୍ଚିମ ଆଡକୁ ଗତି କରିବା ସହ ଆସନ୍ତା ୨ ତାରିଖରେ ଦକ୍ଷିଣ ତାମିଲନାଡୁ ଉପକୂଳ ସ୍ପର୍ଶ କରିପାରେ । ଓଡ଼ିଶା ପ୍ରତି ବର୍ଷାର ସମ୍ଭାବନା କ୍ଷୀଣ ରହିଛି । ତେବେ ପାଗ ମେଘୁଆ ରହିପାରେ ବୋଲି ପାଣିପାଗ କେନ୍ଦ୍ର କହିଛି ।
ଅନ୍ୟପକ୍ଷରେ ଗତକାଲିଠାରୁ ରାଜ୍ୟରେ ଶୀତ ବଢ଼ିଛି । ରାଜ୍ୟର କେତେକ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ମଧ୍ୟ ହ୍ରାସ ପାଇଛି । ଇତିମଧ୍ୟରେ ରାଜ୍ୟର ୫ଟି ସହରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲ୍ସିୟସରୁ ତଳକୁ ଖସିଛି । ଆସନ୍ତା ମଙ୍ଗଳବାରଠାରୁ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ ବୋଲି ଅନୁମାନ କରାଯାଇଛି ।