ପିଲାର ଓଜନର ୧୦%ରୁ କମ ହେବା ଦରକାର ସ୍କୁଲ ବ୍ୟାଗର ଓଜନ: ଗବେଷଣା

0 1,558

ନୂଆଦିଲ୍ଲୀ: କାନ୍ଧରେ ଓଜନିଆ ସ୍କୁଲ ବ୍ୟାଗ ଧରିବା କାରଣରୁ ପିଲାମାନଙ୍କୁ ଆଗକୁ ଯାଇ ହେବାକୁ ଥିବା ଗମ୍ଭୀର ସମସ୍ୟାକୁ ଦେଖି ସ୍କୁଲ ବ୍ୟାଗର ଓଜନ କମ କରିବା ପାଇଁ ଚାରିଆଡେ ଚର୍ଚ୍ଚା ହେଉଛି । ବୈଜ୍ଞାନିିକମାନେ ମଧ୍ୟ ଏହି କଥାକୁ ଗୁରୁତ୍ୱ ଦେଇଛନ୍ତି ଏବଂ ଏବେ ସେମାନେ ପ୍ରମାଣିତ କରିଦେଇଛନ୍ତି ଯେ ପିଲାମନେ ଯେଉଁ ସ୍କୁଲ ବ୍ୟାଗ କାନ୍ଧରେ ଦେଇଯାଇଥାନ୍ତି ତାହାର ଓଜନ ପିଲାର ଓଜନରୁ ୧୦ ପ୍ରତିଶତରୁ ଅଧିକା ହେବା ଅନୁଚିତ । ଯଦି ପିଲା ସ୍କୁଲ ବ୍ୟାଗ ପାଇଁ ଟ୍ରଲିର ବ୍ୟବହାର କରେ ତେବେ ତାହାର ଓଜନ ପିଲାର ଶରୀରର ଓଜନ ଠାରୁ ୨୦ ପ୍ରତିଶତରୁ ଅଧିକ ହେବଲେ ଚଳିବ ।

ସ୍କୁଲ ବ୍ୟାଗର ଓଜନ ନିର୍ଦ୍ଧାରଣ କରିବା ପାଇଁ କରାଯାଇଥିଲା ଅଧ୍ୟୟନ:
ପିଲାମାନଙ୍କ ଦ୍ୱାରା ସବୁଦିନେ ସ୍କୁଲ ନେଇଯାଉଥିବା ସାଧାରଣ ସ୍କୁଲ ବ୍ୟାଗର ଓଜନ ସଂର୍ପକୀତ ପରାମର୍ଶକୁ ପ୍ରମାଣିତ କରିଦିଆଯାଇଛି କାରଣ ବିଶ୍ୱରେ ପିଲାମାନେ ଏହି ପ୍ରକାର ବ୍ୟାକପ୍ୟାକର ବ୍ୟବହାର ସ୍କୁଲ ଯିବା ପାଇଁ କରିଥାନ୍ତି । ସ୍କୁଲ ବ୍ୟାଗର ଓଜନ ନିର୍ଦ୍ଧାରିତ କରିବା ପାିଁ କରାଯାଇଥିବା ଅଧ୍ୟୟନରେ ପ୍ରାଇମେରି ସ୍କୁଲର ୪୯ ପିଲାଙ୍କ ଯାଂଚ କରାଯାଇଥିଲା ଓ ଏହି ଅଧ୍ୟୟନର ଫଳାଫଳ ଅପ୍ଲାଇଡ ଇରର୍ଗୋନାମିକ୍ସ ନାମର ଜର୍ନାଲରେ ପ୍ରକାଶିତ ହୋଇଛି ।

ଅଧ୍ୟୟନ ପ୍ରଣାଳୀରେ କରାଯାଇଥିଲା ପିଲାମାନଙ୍କ ଶରୀରର ବିଶ୍ଲେଷଣ:
ଏହି ଅଧ୍ୟୟନର ବିଶ୍ଲେଷଣ ପାଇଁ ୩-ଡି ଆପ୍ଟିକଲ ମୋଶନ କ୍ଲେଚର ସିଷ୍ଟମର ବ୍ୟବହାର କରାଯାଇଛି । ଏହା ହେଉଛି ସେହି ସିଷ୍ଟମ ଯାହାର ବ୍ୟବହାର ଏନିମୋଶନ ଫ୍ଲିମ ଓ ଭିଡିଓ ଗେମରେ କରାଯାଇଥାଏ । ଏହି ଅଧ୍ୟୟନରେ ସ୍ପେନର ୟୁନିଭରସିଟି ଅଫ ଗ୍ରୋନାଡାର ବ୍ୟ ନିକ ବ୍ୟତିତ ଲିଭରଫୁଲର ଜାନ ମୁରେ ୟୁନିଭରସିଟି ମଧ୍ୟ ସାମିଲ ଥିଲେ । ଅଧ୍ୟୟନର ଫଳାଫଳ ଏହି କଥାକୁ ସଂକେତ କରୁଛି ଯେ ଟ୍ରଲି ବା ବ୍ୟାକଅପ ବ୍ୟବହାର କରିବା ଦ୍ୱାରା ଶରୀର ଉପରେ ପ୍ରଭାବ ପକାଇଥାଏ ।

Leave A Reply