ନୂଆଦିଲ୍ଲୀ – ସେଥିପାଇଁ ସାମାଜିକ ଦୂରତା ଏବଂ ଲକ୍ଡାଉନ୍ ଭଳି କଠୋର ପଦକ୍ଷେପ ନିଆଯାଇଛି । ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ ୬୩ତମ ସଂସ୍କରଣରେ ଦେଶବାସୀଙ୍କ ସହ ଭାବ ବିନିମୟ ଅବସରରେ ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦି ଆଜି ଏହା କହିଛନ୍ତି ।
କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବାପାଇଁ ସରକାରଙ୍କୁଅନେକ କଠୋର ପଦକ୍ଷେପ ନେବାକୁ ପଡିଛି । ଏହାଦ୍ୱାରା ଦେଶର ଗରିବ ଭାଇଭଉଣୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ତେଣୁ ପ୍ରଧାନମନ୍ତ୍ରୀ ମନ୍ କି ବାତ୍ ମାଧ୍ୟମରେ ଦୁଃଖ ପ୍ରକାଶ କରିଛନ୍ତି । ୧୩୦କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ କରୋନା ବିରୁଦ୍ଧରେ ସଂଗ୍ରାମ ପାଇଁ ଲକ୍ଡାଉନ୍ ଏକମାତ୍ର ପନ୍ଥା । ତେଣୁ ଏହି ପରିସ୍ଥିତିର ମୁକାବିଲା ପାଇଁ ଆମ ସମସ୍ତଙ୍କୁ ଏକଜୁଟ୍ ହୋଇ କାର୍ଯ୍ୟ କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।
ଲକ୍ଡାଉନ୍ ଦ୍ୱାରା ସମସ୍ତେ ନିଜକୁ ଓ ନିଜ ପରିବାରକୁ ମଧ୍ୟ ସୁରକ୍ଷିତ ରଖିପାରିବେ । ଆଗାମୀ କିଛିଦିନ ପାଇଁ ଏହିଭଳି ଧୈର୍ଯ୍ୟ ପ୍ରଦର୍ଶନ କରିବାକୁ ହେବ ଓ ଲକ୍ଷ୍ମଣରେଖାକୁ ମାନିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଲକ୍ଡାଉନ୍ ନିୟମ ଭାଙ୍ଗିଲେ କରୋନା ଭୂତାଣୁ ସଂକ୍ରମଣ କବଳରୁରକ୍ଷାପାଇବା କଷ୍ଟକର ହୋଇପଡିବ । ବିଶ୍ୱରେ ଅନେକ ଲୋକଙ୍କର ଏହିଭଳି ଭ୍ରମ ଧାରଣା ଥିଲା କିନ୍ତୁ ଆଜି ସେମାନେ ଅନୁତାପ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଏହି ଅବସରରେ କରୋନାକୁ ପରାଜିତ କରିଥିବା ବା ସଂକ୍ରମଣରୁ ମୁକ୍ତ ହୋଇଥିବା କେତେକ ବ୍ୟକ୍ତିଙ୍କ ସହ ପ୍ରଧାନମନ୍ତ୍ରୀ କଥା ହୋଇଥିଲେ । ସେମାନଙ୍କର ଅନୁଭୂତି ଓ ଚିକିତ୍ସା କରୋନା ବିରୁଦ୍ଧରେ ଚାଲିଥିବା ସଂଗ୍ରାମରେ ଲୋକଙ୍କୁ ପ୍ରେରଣା ଯୋଗାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ବୃତ୍ତିଗତଜୀବନରେ କରୋନା ବିରୋଧୀ ସଂଗ୍ରାମରେ ସାମିଲ ସେବିକା ଭଉଣୀ, ଡାକ୍ତର, ପାରାମେଡ଼ିକାଲ ଷ୍ଟାଫଙ୍କୁ ପ୍ରଧାନମନ୍ତ୍ରୀ ଆଗଧାଡିର ସୈନିକ ଭାବେ ବର୍ଣ୍ଣନା କରିଛନ୍ତି । ଏମାନଙ୍କୁ ପ୍ରଧାନମନ୍ତ୍ରୀ ଦୈନନ୍ଦିନ ଜୀବନର ହିରୋ ଭାବେ ବର୍ଣ୍ଣନା କରିଛନ୍ତି । ଅନ୍ୟପକ୍ଷରେ ଲକ୍ଡାଉନ୍ ସମୟରେ ପାରିବାରିକ ବନ୍ଧନ ଓ ପାରିବାରିକ ସମ୍ପର୍କ ବୃଦ୍ଧି ପାଇଛି ବୋଲି ଅନେକ ଲୋକ ନମୋ ଆପ୍ରେ ଲେଖିଥିବାପ୍ରଧାନମନ୍ତ୍ରୀ କହିଛନ୍ତି । ଭୁବନେଶ୍ୱରର ପ୍ରତ୍ୟୁଷ ପ୍ରଧାନମନ୍ତ୍ରୀଙ୍କୁ ଲେଖିଛନ୍ତି ଯେ ଏହି ଲକ୍ଡାଉନ୍ ସମୟରେ ସେ ଅନେକ ପୁରୁଣା ବହି ପଢ଼ିବାର ସୁଯୋଗ ପାଇଛନ୍ତି । ଯାହାକୁ ସେ ପୂର୍ବରୁ ପଢ଼ିପାରି ନଥିଲେ । ସେହିପରି ଅନେକଲୋକଙ୍କ ଘରେ ଦୀର୍ଘଦିନ ଧରି ବନ୍ଦ ପଡିଥିବା ତବଲା, ବୀଣା ଆଦି
ବାଦ୍ୟଯନ୍ତ୍ର ସେମାନେ ବାହାର କରି ପୁଣି ଅଭ୍ୟାସ କରିବା ଆରମ୍ଭ କରିଦେଇଛନ୍ତି ବୋଲି ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ଭାରତୀୟଙ୍କ ସହଯୋଗ ଓ ସଂକଳ୍ପ ଆମକୁ ଏହି ଅସୁବିଧାଜନକ ସ୍ଥିତିରୁ ବାହାରକୁ ବାହାର କରିପାରିବ ।ବର୍ତ୍ତମାନ ପରିସ୍ଥିତିରେ ଦେଶ ତଥା ଦେଶବାସୀଙ୍କ ସୁରକ୍ଷା ଦୃଷ୍ଟିରୁ ସମସ୍ତେ ସମସ୍ତେ ଆଗେଇ ଆସିବା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ଆଗାମୀ ଦିନରେଭାରତବାସୀ ନିଜ ଦେଶର ବିକାଶ ପାଇଁ ସମସ୍ତ ପ୍ରକାର ପ୍ରତିରୋଧକୁ ଅତିକ୍ରମ କରି ଆଗକୁ ବଢ଼ିବେ ବୋଲି ପ୍ରଧାନମନ୍ତ୍ରୀ ଆଶାପୋଷଣ କରିଛନ୍ତି ।