ଅଯ଼ୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଆହୁରି କିଛି ବର୍ଷ ଅପେକ୍ଷା କରିବାକୁ ହେବ !

0 711

ନୂଆଦିଲ୍ଲୀ: ନମାଜ ପାଠ ପାଇଁ ମସଜିଦ ଅପରିହାର୍ଯ଼୍ୟ ନୁହେଁ ବୋଲି ଆଜି ସୁପ୍ରିମକୋର୍ଟ ସ୍ପଷ୍ଟ କରିଦେବା ସତ୍ତ୍ବେ ଅଯ଼ୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବା ପାଇଁ ଆହୁରି ଅନେକ ବାଟ ଯ଼ିବାକୁ ଅଛି । କାରଣ ଆସନ୍ତା ଅକ୍ଟୋବର 29ରୁ  ରାମ ଜନ୍ମଭୂମି- ବାବ୍ରୀ ମସଜିଦ୍‌ ଜମି ବିବାଦ ମାମଲାର ଶୁଣାଣି ଆରମ୍ଭ ହେବ । ପୂର୍ବରୁ  ସୁପ୍ରିମକୋର୍ଟ ସ୍ପଷ୍ଟ କରିଦେଇଛନ୍ତି ଯ଼େ ଏହା କେବଳ ଏକ ଜମିମାଲିକାନା ବିବାଦ ଓ ଏହାକୁ ସେ ରୂପରେ ହିଁ ଶୁଣାଣି କରାଯ଼ିବ  ଭାବି  ମୁଖ୍ୟ ବିଚାରପତି ଜଷ୍ଟିସ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଥିବା ଏକ 3 ଜଣିଆ ଖଣ୍ଡପୀଠ ଏହାର ଶୁଣାଣି ଆରମ୍ଭ କରିବ  ।  ଶୁଣାଣି କେତେ ଦିନ ଚାଲିବ ତାହା ଏବେଠାରୁ କହି ହେବ ନାହିଁ  । ପୁଣି ସୁପ୍ରିମକୋର୍ଟ ଏ ମାମଲାରେ କେଉଁ ରାୟ ଦେଉଛନ୍ତି ତାହାକୁ ମଧ୍ୟ ଅପେକ୍ଷା କରିବାକୁ ପଡିବ । ଏଣୁ ଆସନ୍ତା 2019 ସାଧାରଣ ନିର୍ବାଚନ ପୂର୍ବରୁ ଯ଼େ ରାୟ ଆସିବ ଓ ମନ୍ଦିର ତିଆରି କରିବ ବିଜେପି ରାଜନୈତିକ ଫାଇଦା ନେବା ସେଥିରେ କିଛି ନିଶ୍ଚିତତା ନାହିଁ ।

ସୂଚନାଯ଼ୋଗ୍ୟ ଯ଼େ, ମସଜିଦରେ ନମାଜ ପାଠ ମାମଲାର  ଶୁଣାଣି ପାଇଁ ବୃହତ୍ତର ଖଣ୍ଡପୀଠର ଆବଶ୍ୟକତା ନାହିଁ ବୋଲି ଆଜି ସୁପ୍ରିମ୍‌ କୋର୍ଟ ସ୍ପଷ୍ଟ କରି ଦେଇଛନ୍ତି। ସୁପ୍ରିମକୋର୍ଟ ଏଥିସହ ୧୯୯୪ ମସିହାରେ ଦିଆଯାଇଥିବା ରାୟର (ଇସଲାମୀୟ ନୀତିନିୟମ ପାଳନ ଲାଗି ମସଜିଦ୍ ଅତ୍ୟାବଶ୍ୟକ ନୁହେଁ)  ପୁନର୍ନବିଚାରରୁ ମଧ୍ୟ ଓହରି ଯାଇଛନ୍ତି। ଏଥିସହ ଦେଶର ସର୍ବୋଚ୍ଚ ଅଦାଲତ ସୁପ୍ରିମ୍‌ କୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ମନ୍ଦିର, ମସଜିଦ୍‌ ଓ ଚର୍ଚର ସମାନ ଗୁରୁତ୍ୱ ରହିଛି। ୧୯୯୪ ମସିହାରେ ଦିଆଯାଇଥିବା ରାୟ କେବଳ ରାମ ଜନ୍ମଭୂମି- ବାବ୍ରୀ ମସଜିଦ୍‌ ଜମି ବିବାଦ ପ୍ରସଙ୍ଗରେ ଥିଲା, ବର୍ତମାନ ପରିସ୍ଥିତିରେ ଏହି ଦିଗରୁ ମାମଲାର ବିଚାର ପ୍ରାସଙ୍ଗିକ ନୁହେଁ।

Leave A Reply