ଦିଲ୍ଲୀରେ ବାୟୁ ପ୍ରଦୁଷଣ ରୋକିବ ମେସିନ, ବାୟୁକୁ ଶୁଦ୍ଧ କରିବା ପାଇଁ ୨ ଟିସ୍ଥାନରେ ମେସିନ ସ୍ଥାପନ

0 588

ଦିଲ୍ଲୀର ଆଇଟିଓ ଓ ମୁକରବା ଚୌକଠାରେ ବାୟୁ ପ୍ରଦୂଷଣ ନିରାକରଣ ଯନ୍ତ୍ରର ଶୁଭାରମ୍ଭ କଲେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ
• ଏହି ଯାନ୍ତ୍ରିକ ବ୍ୟବସ୍ଥା ୫୦୦ଜ୍ଞ୨; ପରିମିତ କ୍ଷେତ୍ର ବାୟୁକୁ ସ୍ୱଚ୍ଛ କରିପାରିବ
• ଅକ୍ଟୋବର ୧୫ ତାରିଖ ସୁଦ୍ଧା ଦିଲ୍ଲୀର ବିଭିନ୍ନ ସ୍ଥାନରେ ଏଭଳି ୫୪ଟି ଅଧିକ ଯାନ୍ତ୍ରିକ ବ୍ୟବସ୍ଥା ସ୍ଥାପନ କରାଯିବ: ଡକ୍ଟର ହର୍ଷବର୍ଦ୍ଧନ
ଦିଲ୍ଲୀ-  ଦିଲ୍ଳୀର ଆଇଟିଓ ଏବଂ ମୁକରବା ଚୌକ ଟ୍ରାଫିକ ଜଙ୍କସନ୍‌ ଠାରେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ଏବଂ ଭୂବିଜ୍ଞାନ ଓ ପର୍ୟ୍ୟାବରଣ, ଜଙ୍ଗଲ ତଥା ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଆଜି (ସେପ୍ଟେମ୍ବର ୨୫, ୨୦୧୮) ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥା ‘ବାୟୁର ଶୁଭାରମ୍ଭ କରିଛନ୍ତି । ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ- ଜାତୀୟ ପର୍ୟ୍ୟାବରଣ ଇଞ୍ଜିନିୟରିଂ ଗବେଷଣା ପ୍ରତିଷ୍ଠାନଦ୍ୱାରା ‘ବାୟୁ’ ବ୍ୟବସ୍ଥାର ବିକାଶ ଘଟାଯାଇଛି । ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଦ୍ୱାରା ଯୋଗାଇ ଦିଆଯାଇଥିବା ପାଣ୍ଠିରେ ପ୍ରଯୁକ୍ତି ବିକାଶ ପ୍ରକଳ୍ପର ଅଂଶବିଶେଷ ସ୍ୱରୂପ ଏଭଳି ବ୍ୟବସ୍ଥା କାର୍ୟ୍ୟକାରୀ କରାଯାଉଛି ।

ଏହି ବ୍ୟବସ୍ଥାର ଶୁଭାରମ୍ଭ କରି ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଲେ ଯେ ଏହି ପ୍ରୋଟୋଟାଇପ୍‌ ଡ଼ିଭାଇସକୁ ନିଜସ୍ୱ ଜ୍ଞାନକୌଶଳ ଦ୍ୱାରା ବିକାଶ ଘଟାଯାଇଛି ଏହା ଏହି ବ୍ୟବସ୍ଥା ଲାଗିଥିବା ସ୍ଥାନର ଚତୁଃପାର୍ଶ୍ଵରେ ୫୦୦ ବର୍ଗ ମିଟର କ୍ଷେତ୍ରର ପ୍ରଦୂଷିତ ବାୟୁକୁ ସ୍ୱଚ୍ଛ କରାଯାଇପାରିବ । ଡକ୍ଟର ବର୍ଦ୍ଧନ ଆହୁରି କହିଲେ ଯେ ଏହି ଯନ୍ତ୍ର ଚାଲିବା ସକାଶେ ଦଶ ଘଣ୍ଟାରେ ମାତ୍ର ଅଧା ୟୁନିଟ ବିଜୁଳିଶକ୍ତି ଖର୍ଚ୍ଚ ହୋଇଥାଏ । ଏହା ମାସକୁ ଏହି ଯନ୍ତ୍ରର ରକ୍ଷଣାବେକ୍ଷଣ ବ୍ୟୟ ମାତ୍ର ୧୫୦୦ ଟଙ୍କା । ‘ୱାୟୁ’ର ଏକ ବଡ଼ ଭର୍ସନର ବିକାଶ ଘଟାଯିବା ସକାଶେ ପ୍ରୟାସ ଜାରି ରହିଛି ଯାହାକି ୧୦,୦୦୦ ବର୍ଗ ମିଟର କ୍ଷେତ୍ରର ପ୍ରଦୂଷିତ ବାୟୁକୁ ଏକାସଙ୍ଗେ ସ୍ୱଚ୍ଛ କରିପାରିବ । ପୁଣି ଭବିଷ୍ୟତରେ ଯେଉଁ ୱାୟୁର ବିକାଶ ଘଟାଯିବ ତାହା ଅଧିକ ସୁଦୃଶ୍ୟ ହେବ ଓ ତାହାକୁ ବସ ଷ୍ଟାଣ୍ଡମାନଙ୍କରେ ସ୍ଥାପନା କରାଯାଇପାରିବ ବୋଲି ଡକ୍ଟର ହର୍ଷବର୍ଦ୍ଧନ ସୂଚାଇଥିଲେ ।

ଏହି ଯାନ୍ତ୍ରିକ ବ୍ୟବସ୍ଥା ଦୁଇଟି ନୀତିରେ ପରିଚାଳିତ । ମୁଖ୍ୟତଃ ଏହା ବାୟୁ ସୃଷ୍ଟି କରିଥାଏ ଯାହା ପ୍ରଦୂଷିତ ବାୟୁକୁ ବିଶୋଷଣ କରି ସ୍ୱଚ୍ଛ କରିଥାଏ ଏବଂ ବାୟୁମଣ୍ଡଳରେ ଥିବା ଅନ୍ୟାନ୍ୟ ପ୍ରଦୂଷଣକାରୀ ସୂକ୍ଷ୍ମ ପଦାର୍ଥକୁ ମଧ୍ୟ ଦୂର କରିଥାଏ । ପୁଣି ପାର୍ଟିକୁଲେଟ ମ୍ୟାଟରକୁ ଫିଲଟର କରିବା ଓ ଦୂର କରିବା ସକାଶେ ଏଥିରେ ବ୍ୟବସ୍ଥା ରହିଛି । ଏଥିରେ ଥିବା ସକ୍ରିୟ କାର୍ବନ (ଅଙ୍ଗାର) ଓ ୟୁଭି ଲ୍ୟାମ୍ପ୍‌ ଅନ୍ୟାନ୍ୟ ବିଷାକ୍ତ ବାଷ୍ପ ଯଥା ଭିଓସି ଓ କାର୍ବନ ମୋନୋକ୍ସାଇଡ଼କୁ ଦୂର କରିଥାଏ । ଏଥିରେ ଥିବା ପଙ୍ଖା ଓ ଫିଲ୍ଟର ସେସବୁକୁ ଶୋଷି ନେଇଥାଏ ଏବଂ ପାର୍ଟିକୁଲେଟ ମ୍ୟାଟରକୁ ମଧ୍ୟ ବିଶୋଷଣ କରିବାର କ୍ଷମତା ରଖିଛି । ୱାୟୁ ଭିତରେ ଦୁଇଟି ୟୁଭି ଲ୍ୟାମ୍ପ ଏବଂ ଅଧ କିଲୋଗ୍ରାମ ସକ୍ରିୟ କାର୍ବନ ଅଙ୍ଗାରର ଆସ୍ତରଣ ରହିଛି ଯାହାକି ବିଶେଷ ଭାବେ ସକ୍ରିୟ ରାସାୟନିକ ପଦାର୍ଥ ଟିଟାନିୟମ୍‌ ଡ଼ାଇଅକ୍ସାଇଡ଼ର ମିଶ୍ରଣ ।

ଆସନ୍ତା ଅକ୍ଟୋବର ୧୫ ତାରିଖ ସୁଦ୍ଧା ଦିଲ୍ଲୀ ନଗରୀର ବିଭିନ୍ନ ଟ୍ରାଫିକ୍‌ ଜଙ୍କସନ୍‌ ସ୍ଥାନରେ ୫୪ଟି ଅଧିକ ବାୟୁ ବ୍ୟବସ୍ଥା ସ୍ଥାପନ କରାଯିବାକୁ ମନ୍ତ୍ରଣାଳୟ ପକ୍ଷରୁ ଯୋଜନା ରହିଛି ।

Leave A Reply