ଭାରତରେ ଆଡଲ୍ଟ ସାଇଟ୍‌ ବ୍ୟାନ ହେବାପରେ ଭିପିଏନ୍‌(VPN ) ଡାଉନ୍‌ଲୋଡ୍‌ ୧୨ ମାସ ମଧ୍ୟରେ ୪୦୫ ଗୁଣା ବଢିଛି

0 2,039

ଭାରତରେ ଆଡଲ୍ଟ ସାଇଟ୍‌ ବ୍ୟାନ ହେବାପରେ ଭିପିଏନ୍‌(VPN ) ଡାଉନ୍‌ଲୋଡ୍‌ ୧୨ ମାସ ମଧ୍ୟରେ ୪୦୫ ଗୁଣା ବଢିଛି

ନୂଆଦିଲ୍ଲୀ – ଭାରତରେ ବିଭିନ୍ନ ପର୍ଣ୍ଣ ସାଇଟ୍‌ ଓ ଅଡଲ୍ଟ ସାଇଟ୍‌କୁ ବ୍ୟାନ ବା ନିଷିଦ୍ଧ କରାଯାଇଛି । ସରକାର ବିଭିନ୍ନ ପର୍ଣ୍ଣ ସାଇଟ୍‌କୁ ନିଷେଧ ଘୋଷଣା କରିଛନ୍ତି । ମାତ୍ର ଏହି ନିଷେଧଜ୍ଞାକୁ ଭିପିଏନ୍‌ ଡାଉନ୍‌ଲୋଡ୍‌ ପ୍ରଭାବଶୂନ୍ୟ କରି ଦେଇଛି । ଅନେକ ଅଡଲ୍ଚ ସାଇଟ୍‌ ଦେଖିବା ପାଇଁ ଭିପିଏନ୍‌ ଡାଉନ୍‌ଲୋଡ୍‌ କରୁଛନ୍ତି । ଗତ ୧୨ ମାସ ମଧ୍ୟରେ ଭିପିଏନ୍‌ ଡାଉନ୍‌ଲୋଡ୍‌ ବହୁ ମାତ୍ରାରେ ବଢି ଯାଇଛି ।

ଭିପିଏନ୍‌ ହେଉଛି ଭର୍ଚୁଆଲ୍‌ ପ୍ରାଇଭେଟ୍‌ ନେଟଓ୍ୱର୍କ । ବିଶ୍ୱର ଟପ୍‌ ୧୦ ଭିପିଏନ୍‌ଙ୍କ ଅନୁସାରେ ଭାରତରେ ଏହାର ଡାଉନ୍‌ଲୋଡ୍‌ ୪୦୫ ପ୍ରତିଶତ ବୃଦ୍ଧି ପାଇଛି । ଆପଲ୍‌ ଆପ୍‌ ଷ୍ଟୋର ଓ ଗୁଗୁଲ୍‌ ପ୍ଲେ ଷ୍ଟୋରରେ ଏହାର ଡାଉନ୍‌ଲୋଡ୍‌ ଆଶାତୀତ ବୃଦ୍ଧି ପାଇଛି ।

କ୍ୱାର୍ଜରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ସରକାର ୮୨୭ଟି ଅଡଲ୍ଟ ଓ୍ୱେବସାଇଟ୍‌ରୁ ବ୍ୟାନ କରିଛନ୍ତି । ମାତ୍ର ପ୍ରଥମେ ଏହାକୁ ଦେଖି ହେଉ ନଥିଲା । କିଛି ଓ୍ୱେବସାଇଟ୍‌ ତାଙ୍କର ଓ୍ବେବ ଆଡ୍ରେସକୁ ସାମାନ୍ୟ ପରିବର୍ତ୍ତନ କରିଥିଲେ । ପରେ ଏମାନେ ଅନ୍ୟ ୟୁଆର୍ଏଲ୍ ବି କରିଥିଲେ । କିଛି ଲୋକ ଭିପିଏନ୍‌ ଡାଉନ୍‌ଲୋଡ୍‌ କରି ଏବେ ଅଡଲ୍ଟ ସାଇଟ୍‌ ଦେଖୁଛନ୍ତି ।

Leave A Reply