ଭୁବନେଶ୍ୱର: ଭାରତର ଅଗ୍ରଣୀ ଟେଲିକମ୍ ଅପରେଟର୍ ଭୋଡାଫୋନ୍ ଆଇଡିଆ (ୱି) ପକ୍ଷରୁ ୱି ଗେମ୍ସକୁ ସଫଳତାର ସହ ଶୁଭାରମ୍ଭ କରିବା ପରେ ମୋବାଇଲ୍ ଗେମିଂ କାଟେଲଗ୍କୁୁ ଇସ୍ପୋର୍ଟ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି । ଏଥିପାଇଁ କଂପାନି ଇସ୍ପୋର୍ଟସ୍ ଷ୍ଟାର୍ଟଅପ୍ ଗେମର୍ଜୀ ସହିତ ସହଯୋଗିତା ସ୍ଥାପନ କରିଛି । ୱି ଆପ୍ରେ ଗ୍ରାହକମାନଙ୍କ ଲାଗି ୱି ଗେମ୍ସ ଅଧୀନରେ ଇ-ସ୍ପୋର୍ଟସ୍ ପ୍ଲାଟ୍ଫର୍ମର ଶୁଭାରମ୍ଭ କରାଯାଇଛି ।
ଗେମର୍ଜୀ ସହିତ ମିଶି ୱି ଗେମ୍ସ ପକ୍ଷରୁ ବିଭିନ୍ନ ବର୍ଗ ଯଥା ବ୍ୟାଟେଲ୍, ରୟାଲେ, ରେସିଂ, କ୍ରିକେଟ୍, ଆକ୍ସନ୍ ରୋଲ୍ ପ୍ଲେଇଂ ଆଦିରେ ଇସ୍ପୋର୍ଟସ୍ ଗେମ୍ ଆୟୋଜନ କରାଯିବ । ଗେମିଂ ପ୍ରେମୀଙ୍କ ପାଇଁ ୱି ଆପ୍କୁ ପସନ୍ଦର ସ୍ଥାନରେ ପରିଣତ କରିବା ଲାଗି ଏହି ପ୍ଲାଟ୍ଫର୍ମରେ ଲୋକପ୍ରିୟ ଇ-ସ୍ପୋର୍ଟସ୍ ଟାଇଟଲ୍ ଯଥା ନିଉ ଷ୍ଟେଟ୍, ଫ୍ରି ଫାୟାର କଲ୍ ଅଫ୍ ଡ୍ୟୁଟି ମୋବାଇଲ୍, ୱାର୍ଲଡ୍ କ୍ରିକେଟ୍ ଚାମ୍ପିଆନ୍ସିପ୍ ୩, ଆସ୍ଫାଲ୍ଟ୯, କ୍ଲାସ୍ ରୟାଲ୍ ଆଦିର ଶୁଭାରମ୍ଭ କରାଯାଇଛି ଏବଂ ଆଗାମୀ ଦିନରେ ଆହୁରି ଅଧିକ ଗେମ୍ ଯୋଡ଼ାଯିବ ।
ଗତ କିଛି ବର୍ଷ ଭିତରେ ଭାରତ ଇସ୍ପୋର୍ଟସ୍ର ହବ୍ରେ ପରିଣତ ହୋଇଛି । ଫିକି-ଇୱାଇର ମିଡିଆ ଓ ମନୋରଂଜନ ରିପୋର୍ଟ ୨୦୨୨ ଅନୁସାରେ ଇସ୍ପୋର୍ଟସ୍ ଖେଳାଳିଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇ ୨୦୨୦ର ତିନି ଲକ୍ଷରୁ ବୃଦ୍ଧି ପାଇ ୨୦୨୧ରେ ଛଅ ଲକ୍ଷ ହୋଇଛି । ଦେଶର ଇସ୍ପୋର୍ଟସ୍ ଶିଳ୍ପ ୪୬% ହାରରେ ବୃଦ୍ଧି ପାଉଥିବା ବେଳେ ୨୦୨୫ ସୁଦ୍ଧା ତାହା ୧୧ ବିଲିଅନ୍ ଡଲାରରେ ପରିଣତ ହେବ । ସେହି ସମୟ ଭିତରେ ଗେମିଂ କ୍ଷେତ୍ର ୧୦୦ ବିଲିଅନ ଡଲାରର ଅର୍ଥନୈତିକ ମୂଲ୍ୟ ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।
ଏହି ଅବସରରେ ୱିର ସିଏମ୍ଓ ଅବନୀଶ ଖୋସ୍ଲା କହିଛନ୍ତି ଯେ, “ବର୍ଦ୍ଧିତ ସୁଲଭ ସ୍ମାର୍ଟଫୋନ୍ ଓ ହାଇ ସ୍ପିଡ୍ ଡାଟା ଯୋଗୁ ଭାରତରେ ମୋବାଇଲ୍ ଗେମିଂର ଲୋକପ୍ରିୟତାରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି । ଭାରତରେ ୫ଜି ସହ ଗେମିଂ ଶିଳ୍ପରେ ବହୁ ଗୁଣା ବୃଦ୍ଧି ଘଟିବ । ଡିଜିଟାଲ୍ ଯୁଗରେ ୱିର କନ୍ଟେଂଟ୍ ରଣନୀତିରେ ମୋବାଇଲ୍ ଗେମିଂ ଏକ ପ୍ରମୁଖ ଗୁରୁତ୍ୱର କ୍ଷେତ୍ର । ସମସ୍ତ ଗେମିଂ ପ୍ରେମୀଙ୍କ ପାଇଁ ୱି ଆପ୍କୁ ପସନ୍ଦର ସ୍ଥଳରେ ପରିଣତ କରିବା ଦିଗରେ ଆମ ଗେମିଂ କାଟେଲଗ୍ରେ ଇସ୍ପୋର୍ଟସ୍କୁ ଯୋଡ଼ିବା ଏକ ସ୍ୱାଭାବିକ ପ୍ରଗତି । ଆମର ବିଶ୍ୱାସ ରହିଛି ଯେ ଏହି ନୂଆ ସେବା ଗେମିଂ ପ୍ରେମୀ ବିଶେଷ କରି ଯୁବବର୍ଗଙ୍କ ମନକୁ ଛୁଇଁବ । ‘’
ଗେମରଜୀର ପ୍ରତିଷ୍ଠାତା ଓ ସିଇଓ ସୋହମ ଠକର କହିଛନ୍ତି ଯେ, “ଭାରତରେ ଅଭିଳାଷପୂର୍ଣ୍ଣ ଗେମରମାନଙ୍କୁ ଶ୍ରେଷ୍ଠ ଅନଲାଇନ୍ ଟୁର୍ଣ୍ଣାମେଂଟ୍ ଅନୁଭୂତି ପ୍ରଦାନ କରିବା ଓ ନିଜ ଦକ୍ଷତା ପ୍ରଦର୍ଶନ କରିବାରେ ସହାୟକ ହେବା ଲାଗି ଗେମରଜୀ ସର୍ବଦା ପ୍ରୟାସ କରିଥାଏ । ୱି ସହିତ ଆମର ସହଯୋଗିତା ଆମକୁ ୱି ଆପ୍ ଜରିଆରେ ବୃହତ ଗେମିଂ ସମ୍ପ୍ରଦାୟକୁ ଅନୁଭୂତି ପ୍ରଦାନ କରିବା ଏବଂ ଦେଶରେ ପ୍ରାଥମିକ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ସ୍ପୋର୍ଟସ୍ରେ ଇସ୍ପୋର୍ଟସ୍କୁ ପ୍ରତିଷ୍ଠା କରିବା ପାଇଁ ଆମକୁ ସକ୍ଷମ କରିବ ।’’
Sign in
Sign in
Recover your password.
A password will be e-mailed to you.
Comments are closed, but trackbacks and pingbacks are open.