ପୂଜାରେ କରନ୍ତୁ ନିରାମିଷ ଭେଜ୍ ପଲାଉ ଭାରୀ ସ୍ୱାଦିଷ୍ଟ
ଗଣେଶ ପୂଜାରେ ଆପଣ ଏହି ଭେଜ୍ ପଲାଉ କରି ପାରିବେ
ବାସୁମତୀ ଚାଉଳ – ୧କପ
ଚିନି – ୩ ଚାମଚ
କେସର – ଅଳ୍ପ
ହଳଦୀ ଗୁଣ୍ଡ – ଅଳ୍ପ
ଲୁଣ – ସାମାନ୍ୟ
ବାଦାମ ପିସ୍ତା – ଅଳ୍ପ
ଘିଅ – ଆବଶ୍ୟକ ପରିମାଣରେ
କିସମିସ – ୧୨ଟି
କାଜୁ – ୧୨ଟି
ଗୁଜୁରାତି – ୩ଟି
ଲବଙ୍ଗ – ୪ ରୁ ୫ଟି
ଡ଼ାଲଚିନି – ଛୋଟ ଖଣ୍ଡ
ତେଜପତ୍ର – ୧ଟି
ପାଣି – ୨କପ
କେମିତି ତିଆରି କରିବେ – ଆଗ ଚାଉଳକୁ ଧୋଇ ୩୦ ମିନିଟ ବତୁରାଇ ଦିଅନ୍ତୁ। ଅଧଘଣ୍ଟା ପରେ ଚାଉଳରୁ ପାଣି ଛାଣି ଦିଅନ୍ତୁ।
ଗ୍ୟାସରେ କଡ଼େଇ ବସାଇ ଏଥିରେ ଘିଅ ଗରମ କରନ୍ତୁ। ଏବେ ଏଥିରେ କାଜୁ ଓ କିସମିସ ପକାଇ ଭାଜନ୍ତୁ। ଭାଜିବା ପରେ ଡ଼ାଲଚିନି, ଲବଙ୍ଗ, ଗୁଜୁରାତି, ତେଜପତ୍ର ପକାଇ ପୁଣି ଭାଜନ୍ତୁ। ଏବେ ଏଥିରେ
ଚାଉଳକୁ ପକାଇ ଗୋଳାଇ ଦିଅନ୍ତୁ। ଗୋଳାଇବା ପରେ ସାମାନ୍ୟ ଲୁଣ, ଚିନି,କେସର, ଅଳ୍ପ ହଳଦୀ, ପାଣି ପକାଇ ପୁଣି ଭଲ ଭାବେ ଗୋଳାଇ ୧୫ ମିନିଟ ଗ୍ୟାସରେ ବସାନ୍ତୁ। ୧୫ ମିନିଟ ପରେ ଏହାକୁ ଏକ ପାତ୍ରକୁ କାଢି ଏହାଉପରେ ବାଦାମ ପିସ୍ତା ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଭେଜ୍ ପୁଲାଉ।