ଗଣେଶ ପୂଜାରେ କରନ୍ତୁ ରାଶି ପିଠା
ଗଣେଶ ପୂଜା ଅବସରରେ ଆପଣ ଘରେ ବେଶ୍ ସ୍ୱାଦିଷ୍ଟ ରାଶି ପିଠା କରି ପାରିବେ
କେମିତି କରିବେ
ଚାଉଳ – ୩କପ
ଗୁଡ – ୨୦୦ଗ୍ରାମ
ରାଶି – ୧କପ
ପାଣି – ଆବଶ୍ୟକ ଅନୁଯାୟୀ
ପ୍ରସ୍ତୁତି ପ୍ରଣାଳୀ :
ପିଠା ପାଇଁ ଚାଉଳକୁ ପାଣିରେ ଗୋଟିଏ ୮ରୁ ୧୨ ଘଣ୍ଟା ଭିଜାଇ ଦିଅନ୍ତୁ। ଚାଉଳରୁ ପାଣି ବାହାର କରି ତାକୁ ବାଟି ଦିଅନ୍ତୁ। ଗ୍ୟାସରେ କଡେଇ ବସାଇ ଗରମ କରନ୍ତୁ। କଡେଇ ଗରମ ହୋଇଗଲେ ସେଥିରେ ରାଶି ପକାଇ ଭାଜନ୍ତୁ। ତାକୁ ଏକ ପାତ୍ରକୁ କାଢି ଦିଅନ୍ତୁ। ତାପରେ ଗୁଡକୁ କଡେଇରେ ଅଳ୍ପ ଭାଜନ୍ତୁ। ସେଥିରେ ରାଶି ପକାଇ ସଙ୍ଗେ ସଙ୍ଗେ କାଢି ଦିଅନ୍ତୁ। ପୁଣି ଗ୍ୟାସରେ ପ୍ୟାନ ବସାନ୍ତୁ। ପେଷି ଥିବା ଚାଉଳକୁ ପ୍ୟାନରେ ପକାଇ ପିଠା ଆକୃତିର କରି ଦିଅନ୍ତୁ। ତାର ଉଭୟ ପାର୍ଶ୍ବକୁ ସେକି ଦିଅନ୍ତୁ। ତା ପରେ ସେଥିରେ ଗୁଡ ଓ ରାଶିର ମିଶ୍ରଣ ପକାଇ ପିଠାର ଉଭୟ ପାର୍ଶ୍ବକୁ ମୋଡି ଦିଅନ୍ତୁ। ପିଠାକୁ ଅଳ୍ପ ସମୟ ସେକି ପ୍ଲେଟକୁ କାଢି ଦିଅନ୍ତୁ। ହୋଇଗଲା ସ୍ୱାଦିଷ୍ଟ ରାଶି ପିଠା।