ଦେଶରେ କୋଭିଡ୍‍ ଟିକାକରଣ ଶହେ ଅଣାନବେ କୋଟି ଅଣାଅଶି
ଲକ୍ଷ୍ୟ ଅତିକ୍ରମ

98

ଦେଶରେ କୋଭିଡ୍‍ ଟିକାକରଣ ଶହେ ଅଣାନବେ କୋଟି ଅଣାଅଶି ଲକ୍ଷ୍ୟ ଅତିକ୍ରମ କରିଛି । ଗତକାଲି ଗୋଟିଏ ଦିନରେ ୧୪ ଲକ୍ଷରୁ ଊଦ୍ଧ୍ୱର୍ଟିକା ପ୍ରଦାନ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି, ୧୨ରୁ ୧୪ ବର୍ଷ ମଧ୍ୟରେ ପିଲାମାନଙ୍କୁ ୩ କୋଟି ୮୭ଲକ୍ଷରୁ ଊଦ୍ଧ୍ୱର୍ ଡୋଜ୍‍ ଟିକା ଦିଆଯାଇଛି । ସ୍ୱାସ୍ଥ୍ୟ କର୍ମୀ, କୋଭିଡ୍‍ ସମ୍ମୁଖ ଯୋଦ୍ଧା ଏବଂ ୧୮ ବର୍ଷରୁ ଊଦ୍ଧ୍ୱର୍ ୨କୋଟି ୯୦ଲକ୍ଷରୁ ଊଦ୍ଧ୍ୱର୍ ହିତାଧିକାରୀଙ୍କୁ ବୁଷ୍ଟର ଡୋଜ୍‍ ଟିକା ମଧ୍ୟ ଦିଆଯାଇ ସାରିଲାଣି ।

Comments are closed, but trackbacks and pingbacks are open.