କେନ୍ଦ୍ର ବନ୍ଦର ନୌଚଳାଚଳ ଓ ଜଳପଥ ବିଭାଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍ ଆଜି ନୂଆଦିଲ୍ଲୀରେ ଜାତୀୟ ସାଗରମାଳା ସର୍ବୋଚ୍ଚ କମିଟି – ଏନ୍.ଏସ୍.ଏ.ସି. ବୈଠକରେ ଅଧ୍ୟକ୍ଷତା କରିବେ । ବନ୍ଦରଭିତ୍ତିକ ସାଗରମାଳା ପ୍ରକଳ୍ପର ବିକାଶ ପାଇଁ ଏହି ସର୍ବୋଚ୍ଚ କମିଟି ନୀତି ନିର୍ଦ୍ଦେଶନାମା ଓ ପଥ ପ୍ରଦର୍ଶନ ଯୋଗାଇବା ସଙ୍ଗେ ସଙ୍ଗେ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତାକୁ ସମୀକ୍ଷା କରିବେ । ଏହି କମିଟିରେ ସାଗରମାଳା କାର୍ଯ୍ୟକ୍ରମ ସହ ବନ୍ଦର ସମ୍ପର୍କିତ ସଡ଼କ ପଥ ଓ ରେଳପଥ ସଂଯୋଗ ସ୍ଥାପନ ପ୍ରକଳ୍ପ, ଭାସମାନ ଜେଟି ନିର୍ମାଣ ଓ ଅନ୍ତଃ ଦେଶୀୟ ଜଳପଥ ପ୍ରକଳ୍ପଗୁଡ଼ିକର ବିକାଶ ବିଷୟରେ ସମୀକ୍ଷା କରାଯିବ ।
ସାଗର ତଟ
ସମୃଦ୍ଧି ଯୋଜନା ଜରିଆରେ ଉପକୂଳବର୍ତ୍ତୀ ଅଞ୍ଚଳର ଲୋକମାନଙ୍କ ବିକାଶ ବିଷୟରେ ମଧ୍ୟ ଏହି ବୈଠକରେ ଆଲୋଚନା କରାଯିବ । ଦେଶର ସାଢ଼େ ସାତ ହଜାର କିଲୋମିଟର ଦୀର୍ଘତା ବିଶିଷ୍ଟ ଉପକୂଳ ଅଞ୍ଚଳ ଏବଂ ସାଢ଼େ ୧୪ ହଜାର କିଲୋମିଟର ଜଳପଥରେ ନୌଚଳାଚଳ ଦକ୍ଷତାର ବିକାଶ ଦିଗରେ ପଦକ୍ଷେପ ନିଆଯାଇ ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବାର ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ମୋଟ ୮୦୨ଟି ପ୍ରକଳ୍ପ ମଧ୍ୟରୁ ବର୍ତ୍ତମାନ ୨୦୨ଟି ପ୍ରକଳ୍ପ ପାଇଁ ୯୯ ହଜାର ୨୮୧ କୋଟି ଟଙ୍କା ବ୍ୟୟ କରାଯାଇ ସାରିଲାଣି । ବାକି ୨ ଲକ୍ଷ ୧୨ ହଜାର କୋଟି ଟଙ୍କାର ୨୧୬ଟି ପ୍ରକଳ୍ପ ଏବେ ନିର୍ମାଣାଧୀନ ରହିଛି ।
Comments are closed, but trackbacks and pingbacks are open.