ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ପହଞ୍ଚିଛନ୍ତି ।ଶ୍ରୀ ମୋଦୀ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ
ମାକ୍ରନଙ୍କ ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନାର କରିବାର କାର୍ଯ୍ୟକ୍ରମ ରହିଛି । ଏ ସମ୍ପର୍କରେ ଟୁଇଟ୍ କରି ଶ୍ରୀ ମୋଦୀ କହିଛନ୍ତି,
ଫ୍ରାନ୍ସ ବିଭିନ୍ନ କ୍ଷେତ୍ରରେ ଭାରତର ଏକ ଶକ୍ତିଶାଳୀ ଭାଗିଦାରୀ ଭାବେ ନିଜର ଦାୟିତ୍ୱ ତୁଲାଇ ଆସୁଛି । ଉଭୟ ଦେଶ ବିବିଧ କ୍ଷେତ୍ରରେ
ପରସ୍ପରର ସହଯୋଗ କରୁଛନ୍ତି ବୋଲି ସେ କହିଛନ୍ତି ।
ପୂର୍ବରୁ ତାଙ୍କର ଡେନମାର୍କ ଗସ୍ତ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ ଏହି ଗସ୍ତ ଅନେକ ଫଳପ୍ରଦ
ହୋଇଛି । ଏହି ଗସ୍ତ ଅବସରରେ ସେ ବିଭିନ୍ନ କୂଟନୈତିକ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଡେନମାର୍କ ନେତୃବୃନ୍ଦଙ୍କ ସହ
ଆଲୋଚନା କରିଛନ୍ତି । ଏହାଛଡା ସେ ସେଠାରେ ରହୁଥିବା ଭାରତୀୟ ସମ୍ପ୍ରଦାୟଙ୍କ ମଧ୍ୟରେ କଥାବାର୍ତ୍ତା କରିଛନ୍ତି । ତାଙ୍କର ଏହି ଗସ୍ତକୁ ଫଳପ୍ରଦ
କରିଥିବା ଦୃଷ୍ଟିରୁ ଶ୍ରୀମୋଦୀ ଡେନମାର୍କର ଜନସାଧାରଣ ଏବଂ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକ୍ସେନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଦ୍ୱିତୀୟ ଭାରତ-ନର୍ଦିକ୍ ଶିଖର ବୈଠକ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମୋଦୀ କହିଛନ୍ତି,ନର୍ଦିକ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ
ସହଯୋଗ ବୃଦ୍ଧି ଉଦ୍ଦେଶ୍ୟରେ ଏହା ସହାୟକ ହୋଇପାରିଛି । ସଦସ୍ୟ ରାଷ୍ଟ୍ରର ନେତୃବୃନ୍ଦଙ୍କ ସହ ବିଭିନ୍ନ ୍ଦ୍ୱିପକ୍ଷୀୟ, ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ
ସମସ୍ୟା ସମ୍ପର୍କରେ କରିଥିବା ଆଲୋଚନା ଅତ୍ୟନ୍ତ ଫଳପ୍ରଦ ହୋଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି ।
Comments are closed, but trackbacks and pingbacks are open.