ନୂଆଦିଲ୍ଲୀ – ଏବେ ସାରା ଦଶରେ କରୋନା ଯୋଗୁଁ ଲକ୍ଡାଉନ୍ । ଏଥିପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ବିଶ୍ୱ ବିଦ୍ୟାଳୟମାନଙ୍କରେ ଶିକ୍ଷାଦାନ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଛି । ଲକ୍ଡାଉନ୍ ପରେ ଶିକ୍ଷାଦାନ ବ୍ୟବସ୍ଥାକୁ ସ୍ୱାଭାବିକ କରିବା ପାଇଁ ୟୁଜିସି ପକ୍ଷରୁ ଏକ ପ୍ୟାନେଲ୍ ଗଠନ କରାଯାଇଥିଲା । ଏହି ପ୍ୟାନେଲ୍ ସେପ୍ଟମ୍ବର ଠାରୁ ଶିକ୍ଷା ବର୍ଷ ବା ଏକାଡେମିକ୍ ସେସନ୍ ଆରମ୍ଭ କରିବା ପାଇଁ ପରାମର୍ଶ ଦେଇଛନ୍ତି । ସମ୍ଭବ ହେଲେ ପରୀକ୍ଷାକୁ ଅନ୍ଲାଇନ୍ କରିବାପାଇଁ କହିଛନ୍ତି ।
ୟୁଜିସି ଦ୍ୱାରା ଗଠନ କରାଯାଉଥିବା କମିଟିରେ ହରିୟାନା ବିଶ୍ୱ ବିଦ୍ୟାଳୟର କୁଳପତି ଆର୍ସି କୁହାଡ୍ ନେତୃତ୍ୱ କରୁଥିଲେ । ତାଙ୍କରି ନେତୃତ୍ୱରେ କମିଟି କୋଭିଡ୍ ଲକ୍ଡାଉନ୍ ସମୟରେ ବନ୍ଦ ହୋଇଥିବା ପାଠ ପଢା ଓ ପରୀକ୍ଷା କିପରି ଭାବେ ସଠିକ୍ ଭାବେ ହୋଇପାରିବ ସେ ବିଷୟରେ ପରାମର୍ଶ ଦେବା ପାଇଁ କହିଥିଲେ । ଦ୍ୱିତୀୟ କମିଟି ଇଗ୍ନୁ କୁଳପତି ନାଗେଶ୍ୱର ରାଓଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିଲା । ଶୁକ୍ରବାରରେ ଏହି ଦୁଇଟି କମିଟି ନିଜର ରିପୋର୍ଟ ପ୍ରଦାନ କରିଛନ୍ତି ।
ଜୁଲାଇରେ ଆରମ୍ଭ ହେଉଥିବା ଶିକ୍ଷାବର୍ଷକୁ ସେପ୍ଟେମ୍ବରରେ ଆରମ୍ଭ କରିବା ପାଇଁ ଗୋଟିଏ ପାନେଲ୍ ପରାମର୍ଶ ଦେଇଛନ୍ତି । ଅନ୍ୟ ପ୍ୟାନେଲ୍ ଯେଉଁଠାରେ ସମ୍ଭବ ସେଠାରେ ଅନ୍ଲାଇନ୍ ଏକ୍ସାମ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ।
ଏଚ୍ଆର୍ଡି ମନ୍ତ୍ରାଳୟକୁ ଏହି ରିପୋର୍ଟ ପ୍ରଦାନ କରାଯିବ । NEET ଏବଂ JEE ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିବାର ଅଛି ।
ମାର୍ଚ୍ଚ ୧୬ ତାରିଖରୁ ସମସ୍ତ ସ୍କୁଲ ଓ ବିଶ୍ୱବିଦ୍ୟାଳୟ ବନ୍ଦ ରହିଛି । ସିବଏସ୍ଇ ମଧ୍ୟ ୨୯ ବିଷୟରେ ପରୀକ୍ଷା କରିବ ବୋଲି କହିଛି । ଏ ସବୁ ବିଷୟ ଉତ୍ତୀର୍ଣ୍ଣ ହେବା ପାଇଁ ନିହାତି ଆବଶ୍ୟକ ବୋଲି ସୂଚନା ଦେଇଛି ।