ଅନନ୍ତନାଗରେ ପୁଲୱାମାର ପ୍ରତିଶୋଧ, ମୁଖ୍ୟ ଷଡ଼ଯନ୍ତ୍ରାକାରୀ ନିହତ, ସେନାର ଜଣେ ଯବାନ ସହିଦ

0 637

ଶ୍ରୀନଗର: ଜମ୍ମୁ କଶ୍ମୀରର ଅନନ୍ତନାଗରେ ମଙ୍ଗଳବାର ସକାଳୁ ସୁରକ୍ଷାବାହିନୀର ଯବାନ ମାନଙ୍କୁ ବଡ଼ ସଫଳତା ମିଳିଛି । ପୁଲୱାମା ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ମଧ୍ୟରୁ ଜଣେ ଏବଂ ଜୈଶ-ଏ-ମହମ୍ମଦ କମାଣ୍ଡର ସଜ୍ଜାଦ ଭଟକୁ ସୁରକ୍ଷାବାହିନୀର ଯବାନମାନେ ଏନକାଉଣ୍ଟରରେ ନିହତ କରିଛନ୍ତି । ଏତଦ ବ୍ୟତୀତ ଏନକାଉଣ୍ଟରରେ ଅନ୍ୟ ଜଣେ ଆତଙ୍କବାଦୀ ମଧ୍ୟ ନିହତ ହୋଇଛି । ଅନ୍ୟପକ୍ଷରେ ଏନକାଉଣ୍ଟରରେ ସେନାର ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି । ସୁରକ୍ଷାବାହିନୀର ଯବାନ ମାନେ ସଂପୃକ୍ତ ଅଂଚଳକୁ ଘେରାବନ୍ଦୀ କରି ଅପରେଶନ ଜାରି ରଖିଛନ୍ତି ।
ସୂଚନାଯୋଗ୍ୟ ଗତ ଫେବୃୟାରୀ ୧୪ରେ ପୁଲୱାମା ଆକ୍ରମଣ ଘଟଣା ପରେ ସୁରକ୍ଷାବାହିନୀର ଯବାନମାନେ ସଜ୍ଜାଦକୁ ଟାର୍ଗେଟ କରିଥିଲେ । ସଜ୍ଜାଦ କାରରେ ଆଇଇଡି ପ୍ୟାକିଂ କରି ସିଆରପିଏଫଙ୍କ ଗାଡ଼ିକୁ ଟାର୍ଗେଟ କରିବାରେ ସଂପୂର୍ଣ୍ଣ ଯୋଜନା କରିଥିଲା । ଉଲ୍ଲେଖଯୋଗ୍ୟ ଯେ ପୁଲୱାମା ଆତଙ୍କବାଦୀ ଘଟଣାରେ ୪୦ ଜଣ ସିଆରିପିଏଫ ଯବାନ ସହିଦ ହୋଇଥିଲେ । ଏଥିରେ ଓଡ଼ିଶାରୁ ୨ ଜଣ ସାମିଲ ଥିଲେ ।

Leave A Reply